www.samajalive.in
Saturday, December 6, 2025
15.1 C
Bhubaneswar

ବୃଦ୍ଧଙ୍କୁ କଚାଡ଼ି ମାରିଲା ଗୋଠଛଡା ଦନ୍ତା

 ପାଟଣା :ପାଟଣା ବନାଞ୍ଚଳ ଅନ୍ତର୍ଗତ କେନ୍ଦେଇପଶି ନିକଟରେ ଗତ ରାତିରୁ ଏକ ଗୋଠଛଡା ଦନ୍ତା ରହିଥିବାବେଳେ ଆଜି ଏହାକୁ ଦେଖିବାକୁ ଏବଂ ଘଉଡ଼ାଇବା ପାଇଁ ବହୁ ଲୋକ ଏଠାରେ ପହଞ୍ଚିଥିଲେ। ଦନ୍ତା ଟିକୁ ଘଉଡ଼ାଇବା ସମୟରେ ସେଠାରେ ଥିବା ମୁରୁସୁଆଁ ପଞ୍ଚାୟତ ଭାଲୁପାହାଡି ଗ୍ରାମର ଗଣେଶ୍ଵର ମହାନ୍ତ (୬୫) ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାହାତୀଟି ଗଣେଶ୍ଵର ମହାନ୍ତଙ୍କୁ ଶୁଣ୍ଡରେ ଟେକି ଫୋପାଡି ଦେବାରୁ ସେ ଗୁରୁତର ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ଓ ବନରକ୍ଷୀ ତପସ୍ୱୀନୀ ନାଏକଙ୍କ ସହ ଅନ୍ୟ କର୍ମଚାରୀମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁୁ ମୃତ ଘୋଷଣା କରିଥିଲେ ।ଏନେଇ ତୁରୁମୁଙ୍ଗା ଥାନାରେ ଅପମୃତ୍ୟୁ ମାମଲା ୧୫/୨୦୨୫ ମୂଳେ ଆଜି ପୁଲିସ ‌ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories