ନୂଆଦିଲ୍ଲୀ – ଯୁଦ୍ଧରେ ମାତିଥିବା ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ ନିଷ୍ପତ୍ତି ନେଇଛି । ଭାରତର ବିରୋଧ ସତ୍ତ୍ୱେ ଆଇଏମ୍ଏଫ୍ ଏହି ନିଷ୍ପତ୍ତି ଗ୍ରହଣ କରିଛି ।
ପାକିସ୍ତା ଏହି ଋଣ ନେଇ ସୀମାପାର ଆତଙ୍କବାଦକୁ ସମର୍ଥନ ଜାରି ରଖିବାଥିବା ଭାରତ ଯୁକ୍ତି ରଖିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ୭ ବିଲିୟନ ଋଣରୁ ପ୍ରଥମ କିସ୍ତି ଏକ ବିଲିୟନ ଡଲାର ଦେଇଥିବା କଥା ପ୍ରକାଶ କରିବା ସହ, ଆଇଏମ୍ଏଫ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।” ଯୁଦ୍ଧ ପୂର୍ବରୁ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ଆଇଏମ୍ଏଫ୍ ରାଜି ହୋଇଥିଲା । ମାତ୍ର ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ଏହାକୁ ପୁନଃସମୀକ୍ଷା ପାଇଁ ଦାବି କରିଥିଲା ।
ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରୁଥିବା ଭାରତ କହିଥିଲା । ଆଇଏମ୍ଏଫ୍ ଏକ ବିଶ୍ୱସ୍ତରୀୟ ଆତଙ୍କବାଦ ସୃଷ୍ଟି କରୁଥିବା ଦେଶକୁ ସାହାଯ୍ୟ କରୁଥିବା କଥା କହିଛି। ଆଇଏମ୍ଏଫ୍ ପାକିସ୍ତାନ ଆତଙ୍କବାଦ ଓ ଅସ୍ଥିରତା ସୃଷ୍ଟି କରୁଥିବାରୁ ତାକୁ ପୁରସ୍କୃତ କରୁଥିବା କଥା ଏକ ବିବୃତ୍ତିରେ କହିଛି ।



