www.samajalive.in
Monday, December 8, 2025
13.1 C
Bhubaneswar

ଉଦୟପୁର-ସାହାରପଡା ରାସ୍ତା ମରଣଯନ୍ତା   

ପାଟଣା :ସାହାରପଡା ଠାରୁ ଉଦୟପୁର ଦେଇ କେନ୍ଦୁଝର ସଦର ମହକୁମାକୁ ଏକ ପିଚୁ ରାସ୍ତା ଯାଇଛି । ଉଦୟପୁର ଠାରେ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ହେବା ପରେ ଉକ୍ତ ରାସ୍ତାର ଗୁରୁତ୍ଵ ବଢି ଯାଇଛି । ପୂର୍ବରୁ ସାହାରପଡା ବ୍ଲକ ର ଅଧିବାସୀ ଜିଲ୍ଲା ସଦର ମହକୁମାକୁ ଯିବା ପାଇଁ କରଞ୍ଜିଆ କିମ୍ବା ପାଟଣା ଦେଇ ଯିବାକୁ ପଡୁଥିଲା। ଏଥିପାଇଁ ୨୦ କିମି ରାସ୍ତା ଅଧିକ ପଡୁଥିଲା । ମାତ୍ର ଏବେ ଏହା ଅତି ସହଜ ହୋଇଯାଇଛି । ଜିଲ୍ଲା ସ୍ତରର ଅଧିକାରୀ ଏପରିକି ଜିଲ୍ଲାପାଳ ମଧ୍ୟ ସାହାରପଡା ଗସ୍ତରେ ଆସିଲେ ଉକ୍ତ ରାସ୍ତା ଦେଇ ଆସନ୍ତି । ସରକାର ମଧ୍ୟ ପୋଲ ଏବଂ ରାସ୍ତା ପାଇଁ କୋଟିଏରୁ ଅଧିକ ଟଙ୍କା ଅନୁଦାନ ଦେଇଛନ୍ତି ରାସ୍ତା ନିର୍ମାଣ ପାଇଁ । ପୋଲ ତିଆରି କାମ ପାଞ୍ଚ ବର୍ଷ ପୂର୍ବରୁ ସରିଥିଲେ ମଧ୍ୟ ରାସ୍ତା କାମ ଏ ପର୍ଯ୍ୟନ୍ତ ସରିବାର ନା ଧରୁ ନାହି ।
ଉକ୍ତ ରାସ୍ତା ପ୍ରତି ଆନ୍ତରିକତା ନା ଅଛି ଜିଲ୍ଲା ପ୍ରଶାସନ ର ନା ସରକାରଙ୍କର । ପୋଲ ନିର୍ମାଣ ସରିଥିଲେ ମଧ୍ୟ ଭଲ ରାସ୍ତା ନଥିବାରୁ ପୋଲର ଶୁଭ ଉଦଘାଟନ  କରି ପାରୁନାହାନ୍ତି ମଧ୍ୟ ସରକାର । ୨୦୨୦-୨୧ ଆର୍ଥିକ ବର୍ଷରେ ଉଦୟପୁର ଠାରୁ ସାହାରପଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ନେଇ ଏମ ଏସ ପି ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକ ସଂସ୍ଥା ନିଜେ କାମ ନକରି ଅନ୍ୟ ଏକ ଠିକ ସଂସ୍ଥା କୁ କାମ କରିବାର ଦାୟିତ୍ବ ଦେଇଥିଲା । ସେ ସଂସ୍ଥା କାମ ସମ୍ପୂର୍ଣ ନକରି ନିଶ୍ଚିନ୍ତ ପୁର ଏବଂ ଉଦୟପୁର ସାନନାଳି ସାହି ଠାରେ ଏକ କିମି ଲେଖାଏ ରାସ୍ତାକୁ ଖୋଳି ଦେଇ ଆଜକୁ ଏକ ବର୍ଷ ହେବ ପକାଇ ରଖିଛି ।
ଆଞ୍ଚଳିକ ଅଧିବାସୀ କେନ୍ଦୁଝର ପୂର୍ତ୍ତବିଭାଗ ରାସ୍ତା ବରିଷ୍ଠ ଅଧିକାରୀଙ୍କ ସହିତ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଅଧିକାରୀ ଜଣଙ୍କ ଆଜିକାଲି ହେବ ପୁଣି ଟେଣ୍ଡର ହେବ କହି ଲୋକଙ୍କୁ ସାନ୍ତ୍ଵନା ଦେଇ ଚାଲିଥିଲେ ମଧ୍ୟ କାମ କରିବାର ନା ଧରୁନାହାନ୍ତି । ରାସ୍ତା ଟି ଏବେ ମରଣ ଯନ୍ତା ରେ ପରିଣତ ହୋଇ ଯାଇଛି । ଖାଲଖମା ହୋଇ ପାଣି ଜମି ରହିଛି । ରାସ୍ତା ଯାଣି ନପାରି ଛୋଟ ମୋଟର ଯାନ ଚାଳକ ମାନେ ପ୍ରତିଦିନ କେହି ନା କେହି ପଡି ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳୁଛି । ଆଞ୍ଚଳିକ ଅଧିବାସୀ ଏବେ ଉତ୍ୟକ୍ତ ହୋଇଛନ୍ତି।  ଆସନ୍ତା ସପ୍ତାହ ରେ ଜିଲ୍ଲାପାଳ ସାହାରପଡା ବ୍ଲକ କୁ ଅଭିଯୋଗ ଶୁଣିବାକୁ ଆସୁଥିବାରୁ ଉକ୍ତ ସ୍ଥାନ ରେ ସାଧାରଣ ଜନତା ଜିଲ୍ଲାପାଳ ଏବଂ ଜିଲ୍ଲାର ସମସ୍ତ ବରିଷ୍ଠ କର୍ମଚାରୀ ମାନଙ୍କୁ ଅଟକାଇବେ ବୋଲି  ବିଜେପି ନେତା ଦୂର୍ଗା ଚରଣ ମହାନ୍ତ , ରାମଚନ୍ଦ୍ର ମହାନ୍ତ , ସେନା ବିଭାଗ ରୁ ଅବସର ନେଇଥିବା ଇନ୍ଦ୍ରମଣି ମହାନ୍ତ ପ୍ରମୁଖ ସୂଚନା ଦେଇଛନ୍ତି ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories