www.samajalive.in
Friday, December 12, 2025
16.1 C
Bhubaneswar

ଜାତୀୟ ସ୍ପେଲ-ବି ପ୍ରତିଯୋଗୀତାରେ ଛାତ୍ରଙ୍କୁ ସ୍ୱର୍ଣ୍ଣପଦକ

ପାଟଣା: ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ଦିଲ୍ଲିପ କୁମାର ପୃଷ୍ଟି ଓ ବିଜୟଲକ୍ଷ୍ମୀ ବାରିକଙ୍କ ପୁଅ ତଥା ରବିନ୍ଦ୍ର ବିଦ୍ୟା ନିକେତନର ଷ୍ଟାଣ୍ଡାର୍ଡ -୩ର ଛାତ୍ର ସୌମ୍ୟ ସ୍ବରୁପ ପୃଷ୍ଟି (ଅନୀଶ) ଜାତୀୟ ସ୍ପେଲ – ବି ପ୍ରତିଯୋଗୀତାରେ ପ୍ରଥମ ହୋଇ ସ୍ୱର୍ଣ୍ଣପଦକ ପାଇଛନ୍ତି। ଷ୍ଟାଣ୍ଡାର୍ଡ -୨ ରେ ପଢୁଥିବା ସମୟରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୀଶ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଗତକାଲି ଏହାର ଫଳ ପ୍ରକାଶ ପାଇଛି। ଅନୀଶ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଇଂଲିଶ ଉଇଜାର୍ଡ ଫାଉଣ୍ଡେସନ ପକ୍ଷରୁ ନ୍ୟାସନାଲ ସ୍ପେଲ – ବି ଇଣ୍ଟର ସ୍କୁଲ କମ୍ପିଟେସନ ରେ ଅଂଶ ଗ୍ରହଣ କରି ସୌମ୍ୟସ୍ବରୁପ ଏହି ସଫଳତା ର ଶ୍ରେୟ ରବିନ୍ଦ୍ର ବିଦ୍ୟା ନୀକେତନର ଅଧ୍ୟକ୍ଷା ନନ୍ଦିନୀ ମୁଖାର୍ଜୀ, ଶିକ୍ଷୟିତ୍ରୀ ସ୍ମିତା ମଞ୍ଜରୀ ସାହୁ , ବିଷ୍ଣୁ ପ୍ରିୟା ମିଶ୍ର ଓ ପ୍ରିୟଙ୍କା ମ୍ୟାଡ଼ାମଙ୍କୁ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories