ପାଟଣା: କେନ୍ଦୁଝର – ତୁରୁମୁଙ୍ଗା ୪୯ ନଂ ଜାତୀୟ ରାଜପଥର ୪ ଲେନ କାମ ଆଗେଇ ଚାଲିଥିବା ବେଳେ ଚେମଣା ଜଙ୍ଗଲ ନିକଟ ପୋଲ ପାଖରେ ଗୋଟିଏ ପାଶ୍ୱର୍ ରାସ୍ତାରେ ଯାନବାହାନ ଯାତାୟତ କରୁଛି। ଏହି ପୋଲ କଂକ୍ରିଟ ହୋଇଥିବା ବେଳେ ପୋଲରୁ ଉଭୟ ପାଶ୍ୱର୍ର ୨୦ ରୁ ୨୫ ଫୁଟ ଦୂରରେ କଂକ୍ରିଟ ରାସ୍ତା ଥିବାରୁ ରାସ୍ତାରେ ସମତଳତା ରହି ନାହିଁ। ଯାହାଫଳରେ ଏଠାରେ ଯାନବାହାନ ହଠାତ ପୋଲ ନିକଟ ପୂର୍ବରୁ ରାସ୍ତା ନିଚ୍ଚା ଦେଖି ବ୍ରେକ ମାରିବା ଫଳରେ ବାରମ୍ବାର ଦୂର୍ଘଟଣା ଘଟୁଛି। ମାସକରେ ଅତିକମରେ ୧୫ ଟି ଦୂର୍ଘଟଣା ଘଟୁଥିବା ବେଳେ ନିକଟରେ ଜଣେ ଟ୍ରକ ଚାଳକ ଏଠାରେ ଦୂର୍ଘଟଣାରେ ପ୍ରାଣ ହରାଇଛନ୍ତି। ଚେମଣା ପୋଲ ନିକଟରେ କଂକ୍ରିଟ ରାସ୍ତା ସହ ପୋଲର ସମତୁଲ ରକ୍ଷା କ୍ଷେତ୍ରରେ ଠିକାସଂସ୍ଥା ପଦକ୍ଷେପ ନେବାକୁ ଅଂଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି।
Popular Categories



