www.samajalive.in
Sunday, December 14, 2025
18.1 C
Bhubaneswar

୧୫° C ତଳେ ଓଡିଶାର ୧୨ଟି ସ୍ଥାନର ତାପମାତ୍ରା; ୨ ଦିନରେ ପାରଦ ଆହୁରି କମିବ

ଭୁବନେଶ୍ୱର: ଓଡିଶାରେ ଶୀତର ଲହରି ଆରମ୍ଭ ହୋଇଯାଇଛି। ମୋଟ୍ ୧୨ଟି ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ କମ୍ ରହୁଥିବା ରେକର୍ଡ କରାଯାଇଛି।

ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋନପୁର ପରେ ଫୁଲବାଣୀ ଓ ଡାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ, ଆନୁଗୁଳରେ ୧୨ ଡିଗ୍ରୀ ସେଲସିୟସ, ଝାରସୁଗୁଡାରେ ୧୩.୨ ଡିଗ୍ରୀ ସେଲସିୟସ,  ଭବାନୀପାଟନାରେ ୧୩.୫ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ ୧୪.୫ ଡିଗ୍ରୀ ସେଲସିୟସ ଏବଂ କୋରାପୁଟରେ ୧୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ବରିପଡାରେ ୧୪.୯ ଡିଗ୍ରୀ ସେଲସିୟସ, ବଲାଙ୍ଗୀରରେ ୧୫ ଡିଗ୍ରୀ ସେଲସିୟସ ତାପମାତ୍ର ଥିଲା।

- Advertisement -

ଭୁବନେଶ୍ୱର ଏବଂ କଟକ ସହରରେ ସର୍ବନିମ୍ନ ତାପମାତ୍ରା ୧୬.୨ ଏବଂ ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଅର୍ଥାତ୍ ଶୀତର ପ୍ରକୋପ ଆହୁରି ବଢିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories