www.samajalive.in
Saturday, December 13, 2025
18.1 C
Bhubaneswar

ମଣ୍ଡିକୁ ଧାନ ବିକ୍ରି ପାଇଁ ଯାଇଥିବା ଚାଷୀଙ୍କୁ ମାଡ଼, ଥାନାରେ ଏତଲା

ଦେଓଗାଁ: ମଣ୍ଡିକୁ ଧାନ ବିକ୍ରି କରି ଆସିଥିବା ଜଣେ ଚାଷୀ ଦେଓଗାଁ ବ୍ଲକ କଂଗ୍ରେସ ସଭାପତିଙ୍କ ପୁଅ ଅଶ୍ଳୀଳ ଭାଷାରେ ଗଳୀଗୁଳଜ କରି ହତ୍ୟା ଧମକ ଦେଇଥିବାର ଏକ ଅଭିଯୋଗ ହୋଇଛି ଦେଓଗାଁ ଥାନାର ବନ୍ଧପଡ଼ା ଫାଣ୍ଡିରେ। ରାମଚନ୍ଦ୍ର ପୁର ପଞ୍ଚାୟତର ପରୁଆ ଭାଡ଼ି ଠାରେ ମହିଳା ଗୋଷ୍ଠୀ ଙ୍କ ଦ୍ଵାରା ଖୋଲି ଥିବା ଧାନ ମଣ୍ଡିକୁ ବିକ୍ରି ପାଇଁ ୨୬୮ ପାକିଟଧାନ ଆଣିଥିଲେ ଟାଙ୍ଗୁରୁପଦର ଗାଁର ବିରେନ୍ଦ୍ର ପଟେଲ। ସେ ପାଞ୍ଚଦିନ ଧରି ମଣ୍ଡିରେ ଧାନ ଯୋଗିଲା ପରେ ଗତ ଶନିବାର ଦିନ ମିଲର ଗାଡି ଆସିଥିଲା ମଣ୍ଡି ପରିସରକୁ। ପଡି ରହିଥିବା ଧାନକୁ ଉଠାଇ ନେବା ପାଇଁ ସମ୍ପାଦକ ଓ ସଭାପତିଙ୍କୁ କହୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ବ୍ଲକ କଂଗ୍ରେସ ସଭାପତି ଙ୍କପୁଅ ବିମଲ ସାହୁ ଦାଦାଗିରି ଆରମ୍ଭ କରି ତୋର ଧାନ କିଣା ହେବନି ଫେରେଇ ନେ ବୋଲି କହିବା ସହ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଛି ବୋଲି ରବିବାର ଦିନ ବନ୍ଧପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ପଟେଲ। ସେହିପରି ଶ୍ରୀ ସାହୁ ମଧ୍ୟ ଏକ ପାଲଟା ଅଭିଯୋଗ କରିଛନ୍ତି।
ଦେଓଗାଁ ପୁଲିସ ପ୍ରାଥମିକ ତଦନ୍ତ କରି ଉଭୟ ପାଟି କୁ ରବିବାର ସନ୍ଧ୍ୟାରେ ଥାନା କୁ ଡାକି ପଚରା ଉଚରା କରିଥିବା ଜଣାପଡ଼ିଛି। ଏନେଇ ଦେଓଗାଁ ଓଆଇସି ରଂଜନ ବରିହା ଙ୍କୁ ପଚରିବାରୁ ମଣ୍ଡି ରେ ଗଣ୍ଡଗୋଳ ହୋଇଥିବାର ଦୁଇଟି ଅଭିଯୋଗ ଆସିଛି ତଦନ୍ତ ଚାଲିଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକ ର ରାମଚନ୍ଦ୍ର ପୁର ଥରେ ଏକ ପ୍ରାଥମିକ ସେବା ସମବାୟ ସମିତି ଥିବା ସ୍ୱତେ ଚାଷୀମାନେ ଠିକ ଭାବରେ ଧନ ବିକ୍ରି କରିବେ ବୋଲି ଦୁଇଟି ପଞ୍ଚାୟତର ଚାଷୀଙ୍କ ପାଇଁ ତିନିଟି ମଣ୍ଡି ର ବ୍ୟବସ୍ଥା କରିଛନ୍ତି ସରକାର। କିନ୍ତୁ ରାଜନୈତିକ ଦଳର ଅସାମାଜିକ ଲୋକମାନେ ଆସି ମଣ୍ଡି ରେ ବିଭ୍ରାଟ କରୁଥିବା ରୁ ଆଗକୁ କିପରି ଧାନ ବିକ୍ରି ହେବା ତାକୁ ନେଇ ଚିନ୍ତାରେ ରହୁଛନ୍ତି ଚାଷି ମାନେ। ଏଣୁ ପୁଲିସ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବୀ ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories