www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରଲରକୁ ଧକ୍କା ଦେଲା ଟ୍ରକ, ହେଲପର ମୃତ

ପାଟଣା: ଗତକାଲି ରାତି ୪୯ ନମ୍ବର ଜାତୀୟ ରାଜପଥର ଚେମଣା ପୋଲ ନିକଟରେ ଏକ ଚଳନ୍ତା ଟ୍ରଲର ପଛରେ ଏକ ୧୪ଚକିଆ ଟ୍ରକ ଧକ୍କା ଦେବାରୁ ଟ୍ରକ ହେଲପର ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଗୁରୁତର ହେଲ୍‌ପରଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଆଜି ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଗୁରୁତର ହେଲପର ଜଣଙ୍କ ଝାଡ଼ଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲା ମେହେନ୍ଦି ଡଙ୍ଗା ଗ୍ରାମ ର ସୁନିଲ ଓରାଓ(୪୫) ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଟ୍ରଲରଟି ଫେରାର ହୋଇଯାଇଥିବା ଜଣାପଡ଼ିଛି। ତୁରୁମୁଙ୍ଗା ପୁଲିସ ଆଜି କେନ୍ଦୁଝରରେ ଶବ ବ୍ୟବଚ୍ଛେଦ ପରେ ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories