www.samajalive.in
Saturday, December 6, 2025
17.1 C
Bhubaneswar

କୋଭିଡ ନିୟମ ଉଲ୍ଲଙ୍ଘନ ଦଣ୍ଡ ଏକ ଲକ୍ଷ

ଦେବଗଡ : ଦେବଗଡ ଥାନା ସୁଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ କମଳା ବଗିଚା ଗ୍ରାମରେ ଆଜି ଜଣେ ଯନ୍ତ୍ରୀ କୋଭିଡ ନିୟମ ଉଂଲଘନ କରି ବିବାହ ଭୋଜି ଦେଉଥିବା ବେଳେ ସେଠାରେ ଚଢାଉ କରାଯାଇ ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମଳା ବଗିଚା ଗ୍ରାମର କୁଲାନ ଟପ୍ନୋ ନାମକ ଉଠା ଜଳସେଚନ ବିଭାଗର ଜଣେ ଯନ୍ତ୍ରୀଙ୍କ ପୁଅ ଅମିତ ଟପ୍ନୋର ବିବାହ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା । ଆଜି ମଧ୍ୟାହ୍ନରେ ତାଙ୍କର କମଳା ବଗିଚା ଗ୍ରାମ ସ୍ଥିତ ବାସ ଭବନରେ ବିବାହ ଭୋଜି ଚାଲିଥିଲା। ତେବେ କୋଭିଡ ନିୟମ ଉଂଲଘନ କରି ଜାତି ସମାଜର ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଏହି ଭୋଜି ଚାଲିଥିବା ବେଳେ କୈାଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାରପାତ୍ର, ସବ ଇନ୍ସପେକ୍ଟର ପ୍ରଦୀପ ରଞ୍ଜନ ପାତ୍ର ଓ ବୁଦ୍ଧରାଏ ମାଝୀ ପ୍ରମୁଖ ସେଠାରେ ଅଚାନକ ଚଢାଉ କରିଥିଲେ। ଏହି ଅବସରରେ ବରପିତା କୁଲାନ ଟପ୍ନୋ କୋଭିଡ ନିୟନ ଉଲ୍ଲଙ୍ଘନ କରିଥିବା ଦର୍ଶାଯାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଦେବଗଡ ତହସିଲଦାର ପଲ୍ଲବୀ ନାୟକଙ୍କ ଉପସ୍ଥିତିରେ ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା କରିଥିଲେ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ କୌଣସି ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବା ଦେବଗଡ ଜିଲ୍ଲାରେ ପ୍ରଥମ ଘଟଣା ବୋଲି ଜଣାପଡିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories