www.samajalive.in
Sunday, December 14, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ସଂଘର ଦାବି

ପାଟଣା: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪ ହଜାରରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨ ହଜାର ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟଗୁଡିକରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ଓଡ଼ିଶାରେ ସମ୍ପୂର୍ଣ ଅଭାବ ରହିଛି।

ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶରେ ଉଲ୍ଲେଖ ଥିଲା ଯେ, ପ୍ରତ୍ୟେକ ରାଜ୍ୟ ନିଜର ଅନୁପାଳନ ସତ୍ୟପାଠ ଉଚ୍ଚତମ ନ୍ୟାୟାଳୟରେ ଦାଖଲ କରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା) ଓ ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) କୋର୍ସ କରି ରିହାଵିଲଟେସନ କାଉନସିଲ ଇଣ୍ଡିଆ (RCI)ରେ ନାମ ପଞ୍ଜିକରଣ କରିଥିବା ଆଶାୟୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସାଧାରଣ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଉଛି ଏବଂ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଦୁଇଟି ଲେଖାଏଁ ଗୋଷ୍ଠୀ ସମ୍ବଳ ଶିକ୍ଷକ (ବିଆରଟି) ପଦବୀରେ ରାଜ୍ୟର ୬୩୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ୬୨ଟି ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଥିବା ବେଳେ ୧୮୪୬ ସିଟ୍ ରହିଛି। ପ୍ରତ୍ୟେକ ବର୍ଷ ଏହି କୋର୍ସ କରି ଛାତ୍ର ଛାତ୍ରୀମାନେ ଘରେ ବସିଛନ୍ତି।

- Advertisement -

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା),ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା),ଏମ୍.ଇଡ଼ି (ସ୍ବତନ୍ତ୍ର ଶିକ୍ଷା) ଦୁଇ ବର୍ଷିଆ କୋର୍ସ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧୮୦୦ ରୁ ଉର୍ଦ୍ଦ୍ବ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନପାଇ ବେକାର ହୋଇ ଘରେ ବସି ରହୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ସଂଘ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି। ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଞ୍ଚିତ ନହେବା ସହ ଓଡ଼ିଶାରେ ଥିବା ୬ହଜାରରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ ମତ ରଖାଯାଇଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories