www.samajalive.in
Sunday, December 14, 2025
23.1 C
Bhubaneswar

ମାଟ୍ରିକ ପରୀକ୍ଷାର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଚଳିତ ମାଟ୍ରିକ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରି ନିଜ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଦେଇଥିବା ଘଣ୍ଟିଖାଲ ପଞ୍ଚାୟତର ବିଦ୍ୟାର୍ଥୀମାନଙ୍କୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ମେଧାବୀ କୃତୀ ବିଦ୍ୟାର୍ଥୀ ଆମ ଅଞ୍ଚଳ ,ରାଜ୍ୟ ଓ ଦେଶର ଭବିଷ୍ୟତ। ସେମାନଙ୍କ ପ୍ରତିଭାକୁ ଉନ୍ମୋଚନ କରି ସେମାନଙ୍କୁ ଭଲମଣିଷ ଭାବରେ ଗଢିତୋଳିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଆରତୀ କାରଖାନାର ସଭାପତି ଇଂ ଲାଲା ତରୁଣ ପ୍ରକାଶ ନାରାୟଣ ,ଇଂ ଏନ ଶ୍ରୀନିବାସ, ଜେକେ ଲକ୍ଷ୍ମୀ କାରଖାନାର ମୁଖ୍ୟ ପ୍ରବନ୍ଧକ ଗିରୀଶ ତିୱାରୀ, ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ଶୁସିଲ ରାଉତ, ଆରତୀ କାରଖାନାର ଉପମୁଖ୍ୟ ପ୍ରବନ୍ଧକ ସରୋଜ କୁମାର ଜେନା, ସ୍ଥାନୀୟ ସରପଞ୍ଚ ସୁଜାତା ମଞ୍ଜରୀ ବିଶ୍ୱାଳ, ସମିତିସଭ୍ୟା ରଞ୍ଜୁବାଳା ପ୍ରଧାନ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜାନକୀଲତା ନାଏକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ସୁବାସ ଚନ୍ଦ୍ର ବିଶ୍ୱାଳ, ସରୋଜ କୁମାର ସ୍ୱାଇଁ,ଗୋପାଳ ଚନ୍ଦ୍ର ସାହୁ, ରବିନ୍ଦ୍ର ବରାଳ, ଧୁରୁଷିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈକୁଣ୍ଟ ନାଥ ବିଶ୍ୱାଳ ଅତିଥି ଭାବରେ ଯୋଗଦେଇ କୃତୀ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହୀତ କରିଥିଲେ।କୃତୀ ବିଦ୍ୟାର୍ଥୀ ପ୍ରୀତିମୟୀ ଖଟୁଆ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂଜାରିଣୀ ପ୍ରଧାନ, ସନ୍ତୋସିନୀ ସେନାପତି, ସ୍ୱପ୍ନାଜିତା ବରାଳ ଓ ଦେବାଶିଷ ବିଶ୍ୱାଳ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories