www.samajalive.in
Saturday, December 6, 2025
16.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି, ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଟ୍ରାକ୍ଟର ଚାଳକ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ସାନଜାମୁପଶି ଗ୍ରାମରେ ଘଟି ଯାଇଛି ଅଭାବନୀୟ ଘଟଣା, ପାରିବାରିକ କଳହରୁ ଜଣେ ବ୍ୟକ୍ତି ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଗ୍ରାମର ରାଜକିଶୋର ମୁଣ୍ଡା (୫୦)ବୋଲି ଜଣାପଡିଛି। ସେ ପେଶାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିବା ବେଳେ ସେ ପୁରୁଣା ଘରୁ ନୂଆ ଘରକୁ ଶୋଇବା ପାଇଁ ଚାଲିଯାଇଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତଦେହ ଘର ପଛପାଖ ଏକ କାଳିକେନ୍ଦୁ ଗଛରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପାଟଣା ଥାନା କୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ଏସ ଆଇ ଶିବ ଶଙ୍କର ଆଲଦା ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆଜି ଅପରାହ୍ଣରେ ମୃତକର ପାଟଣାରେ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories