ମାଲକାନଗିରିରେ ଗର୍ଭବତୀ ମହିଳାଙ୍କୁ ବନ୍ୟାରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ମାଲକାନଗିରି: ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ବିଛିନ୍ନ ହୋଇଛି। ମାଲକାନଗିରି ଏସପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଖଇରପୁଟ ଅନ୍ତର୍ଗତ ମାଝୀଗୁଡା ଓ କେନ୍ଦୁଗୁଡା ଗାଁ ଅନ୍ୟ ବାହ୍ୟ ଅଞ୍ଚଳରୁ ବିଛିନ୍ନ ହୋଇଛି। ଆଜି ମାଝୀଗୁଡା ଓ କେନ୍ଦୁଗୁଡା ଗାଁର  ଅସୁସ୍ଥ ହୋଇ ପଡିଥିବା ଦୁଇ ଜଣ ଗର୍ଭବତୀ ମହିଳା, ଦୁଇ ଜଣ ଛୋଟ ପିଲା ଓ ଜଣେ ବୟସ୍କ ଲୋକଙ୍କୁ ବନ୍ୟାଞ୍ଚଳରୁ ଉଦ୍ଧାର କରି ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଛନ୍ତି।

ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ରାସ୍ତାର ଏକ ବଡ ଅଂଶ ବନ୍ୟା ଜଳରେ ଭାସିଯାଇଥିଲା ଏବଂ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ତେବେ ତୁରନ୍ତ ଚିତ୍ରକୋଣ୍ଡା ଏସଡିପିଓ, ଖଇରପୁଟ ବିଡ଼ିଓ, ମୁଦୁଲିପଡ଼ା ଥାନା ଅଧିକାରୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ନିଜ ଜୀବନକୁ ବିପନ୍ନ କରି ଅଗ୍ନିଶମ କର୍ମଚାରୀ ଓ ପୁଲିସ କର୍ମଚାରୀ ସେମାନଙ୍କୁ ବନ୍ୟା ଅଂଚଳ ପାର କରାଇଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

Comments are closed.