www.samajalive.in
Saturday, December 6, 2025
16.1 C
Bhubaneswar

ରାମଦେବଙ୍କ ଦୀପାବଳି ଧମାକା ‘ପତଞ୍ଜଳୀ ପରିଧାନ’

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଧନତେରାସ ଉପଲକ୍ଷେ ନିଜର ବସ୍ତ୍ର ଓ ପୋଷାକ ବଜାରର ପାଦ ଥାପିଛନ୍ତି। ଏହି ଅବସରରେ ପତଞ୍ଜଳୀ ପରିଧାନର ଶୁଭାରମ୍ଭ କରାଯାଇଛି। ଏଫଏମସିଜି, ଡାଏରି ଓ ଆୟୁର୍ବେଦିକ ଉତ୍ପାଦ ପରେ ପତଞ୍ଜଳୀ ଏବେ ପୋଷାକ କାରବାର ଆରମ୍ଭ କରିଛି। ବାବା ରାମଦେବ ଏହି ଉତ୍ପାଦର ନାମ ‘ପତଞ୍ଜଳୀ ପରିଧାନ’ ରଖିଛନ୍ତି। ଏହି ‘ପତଞ୍ଜଳୀ ପରିଧାନ’ରେ ଡେନମାର୍କ ଜିନ୍ସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ପୋଷାକ ମିଳିବ। 
ସୂଚନାଯୋଗ୍ୟ ଯେ ବାବା ରାମଦେବଙ୍କ ‘ପତଞ୍ଜଳୀ ପରିଧାନ’ ଦିଲ୍ଲୀ ସ୍ଥିତ ପିତମପୁରାରେ ଆରମ୍ଭ କରାଯାଇଛି। ଏହି ପୋଷାକ ମଲରେ ତିନି ହଜାରରୁ ଊର୍ଦ୍ଧ୍ବ ପୋଷାକ କମ୍ପାନୀର ଉତ୍ପାଦନ ରହିଛି। ଏହି ଦୋକାନରେ ଶିଶୁ, ମହିଳା ଓ ପୁରୁଷ ମାନଙ୍କର ପୋଷାକ ମିଳିବ। ଭାରତୀୟ ସଂସ୍କୃତିକୁ ନଜରରେ ରଖି ଏହି ସବୁ ପୋଷାକ ପ୍ରସ୍ତୁତ କରାଯିବ। ଯାହା ସମ୍ପୁର୍ଣ୍ଣ ସ୍ୱଦେଶୀ ବୋଲି ପତଞ୍ଜଳୀ ପକ୍ଷରୁ ସୂଚନା ଦିଆଯାଇଛି।
ରାମଦେବ ବାବାଙ୍କ ମୁଖପାତ୍ର ଏସ୍‍ . କେ ତିଜରାୱାଲାଙ୍କ କହିବା ଅନୁସାରେ ଭାରତରେ ଫ୍ୟାବ ଇଣ୍ଡିଆ ଭଳି ବିଦେଶୀ କମ୍ପାନୀ ବ୍ୟବସାୟ କରୁଛନ୍ତି। ଯାହା ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଚିନ୍ତାଧାରାର ହତ୍ୟା ହେଉଥିବା ଭଳି ସେ କହିଛନ୍ତି। ଏହାବ୍ୟତୀତ କମ୍ପାନୀ ବିଭିନ୍ନ ରୋଗୀ ମାନଙ୍କ ପାଇଁ ମଧ୍ୟ ପୋଷାକ ପ୍ରସ୍ତୁତ କରିବ। ‘ପତଞ୍ଜଳୀ ପରିଧାନ’ରୁ ଗ୍ରାହକ ମାନେ ପୋଷାକ ଅନଲାଇନରେ ମଧ୍ୟ କିଣିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପତଞ୍ଜଳୀ ଦୁଇ ଅନଲାଇନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିବା ପତଞ୍ଜଳୀ ସୂଚନା ଦେଇଛି। ପତଞ୍ଜଳୀ ନିଜର ବ୍ୟବସାୟ ଆରମ୍ଭ କରିବା ପରଠାରୁ ବିଜ୍ଞାପନ ପାଇଁ ଟେଲିଭିଜନ ଏବଂ ଖବରକାଗଜର ସାହାରା ନେଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପତଞ୍ଜଳୀ ଉତ୍ପାଦନକୁ ଅନଲାଇନରେ ବିଜ୍ଞାପନ କରିବା ନେଇ ନିଷ୍ପତ୍ତି ନିଆଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories