www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା ବିରୋଧରେ ଆନ୍ଧ୍ରର ବୈଠକ ଭଣ୍ଡୁର

ପଟାଙ୍ଗି : କୋରାପୁଟ ଜିଲା ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଓ ଆନ୍ଧ୍ର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଆଜି କୋଟିଆ ପଞ୍ଚାୟତର ବିବାଦୀୟ ଅଞ୍ଚଳରେ ଆନ୍ଧ୍ର ଦ୍ବାରା ଆୟୋଜିତ ବୈଠକକୁ ପଟାଙ୍ଗି ବିଧାୟକ ଭଣ୍ଡୁର କରିଛନ୍ତି। ଫଳରେ ଆନ୍ଧ୍ର ଅଧିକାରୀ ପଛଘୁଞ୍ଚା ଦେଇ ପଳାୟନ କରିଛନ୍ତି। ଆନ୍ଧ୍ର ପାର୍ବତୀପୁର ପିଏଆଇଟିଡିଏ କୁର୍ମାନାଥ କୋଟିଆର ଫଗୁଣସେନେରୀଠାରେ ୬ ଖଣ୍ଡ ଗ୍ରାମବାସୀଙ୍କ ନେଇ ବୈଠକ କରୁଥିଲେ। .ଓଡ଼ିଶା ପକ୍ଷରୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ସୀମାନ୍ତ ଲୋକଙ୍କୁ ମତାଉଥିଲେ ଆନ୍ଧ୍ର ଅଧିକାରୀ। ଖବର ପାଇ ପଟାଙ୍ଗି ବିଧାୟକ ଶ୍ରୀ ପାଢୀ ଫାଟୁସେନେରୀରେ ପହଞ୍ଚି କଡା ବିରୋଧ କରିଥିଲେ। ବିଧାୟକଙ୍କ ବିରୋଧ ପରେ ସଭା ଭଙ୍ଗ କରି ଆନ୍ଧ୍ର ଅଧିକାରୀ ଫେରି ଯାଇଥିଲେ। ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକରେ କୋଟିଆ ଅଞ୍ଚଳର ଫାଟୁନିନେରୀ ପଞ୍ଚାୟତ ସମିତି ସଭ୍ୟ(ଏମ୍ପିଟିସି) ବିଶୁ ପାଙ୍ଗିଙ୍କ ସମେତ ଦୁଇ ସମିତିସଭ୍ୟଙ୍କ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଥିଲେ। ଆନ୍ଧ୍ର ପକ୍ଷରୁ ଫଗୁଣସିନେରୀ ଗ୍ରାମଠାରେ କୋଟିଆର ଉତ୍ତରଦିଗର ରହିଥିବା ହରମାଁଡଙ୍ଗୀ, ସଲପଗୁଡା, କୋଣାଦୋରା, ଫଗୁଣସିନେରୀ, ଫାଟୁସିନେରୀ, ମାଡକାର, ଆନ୍ଧ୍ର ପ୍ରଦେଶର ସୋରା ଏବଂ କୋଡମା ପଞ୍ଚାୟତବାସୀଙ୍କୁ ନେଇ ଏକ ଭୋଜିଭାତର ଆୟୋଜନ ହୋଇଥିଲା। ଉକ୍ତ ଦାୟିତ୍ୱ ଗ୍ରହଣ ଉତ୍ସବ ପାଳିବା ବାହାନାରେ ଲୋକଙ୍କୁ ଓଡ଼ିଶାର ତ୍ରିସ୍ତରୀୟ ନିର୍ବାଚନରେ ଯୋଗ ନ ଦେଇ ଭଣ୍ଡୁର କରିବା ପାଇଁ ପ୍ରବର୍ତ୍ତାଇଥିବା ନେଇ ଜଣାପଡିଛି। ପଟାଙ୍ଗି ବିଧାୟକ ଶ୍ରୀ ପାଢ଼ୀ ପହଞ୍ଚି ଲୋକଙ୍କୁ ପଚାରି ବୁଝୁଥିଲେ। ସେଠାରେ ଆନ୍ଧ୍ର ପାର୍ବତିପୁରମ ଆଇଟିଡିଏପିଏ କୁର୍ମନାଥଙ୍କ ସହ ବିଧାୟକଙ୍କ ବଚସା ହୋଇଥିଲା। ଆଗାମୀ ଦିନରେ କୋଟିଆରେ ପ୍ରବେଶ ନ କରିବାକୁ ଆନ୍ଧ୍ର ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ବିଧାୟକ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories