www.samajalive.in
Saturday, December 6, 2025
14.1 C
Bhubaneswar

ହାତୀ ଆକ୍ରମଣରେ ଗୁରୁତର ମହିଳାଙ୍କ ମୃତ୍ୟୁ

ପାଟଣା- ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଗୁରୁଚରଣ ମହାରଣା ଙ୍କ ପତ୍ନୀ ତୁଳସୀ ମହାରଣା (୪୫)ଙ୍କୁ ଗତ ୪ତାରିଖ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଏକ ଦନ୍ତା ହାତୀ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ । ତୁଳସୀ ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ହାଟରୁ ହାଟ ସାରି ରାସ୍ତାରେ ଘରକୁ ଫେରୁଥିବା ସମୟରେ ପୋଇପାଣି ଜଙ୍ଗଲରୁ ହଠାତ୍ ଏକ ଦନ୍ତା ହାତୀ ବାହାରି ଆସି ତୁଳସୀଙ୍କୁ ଟେକି କଚାଡି ଦେଇଥିଲା।

ଖବର ପାଇ ପାଟଣା ବନପାଳ ପିଅନ ନାଏକ ଓ ବନବିଭାଗ ପାରାକର୍ମଚାରୀ ମାନେ ଘଟଣା ସ୍ଥଳରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଅବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ବନବିଭାଗ ମୋଟ ୬ ଲକ୍ଷ ଟଙ୍କା ଓ ଶବ ଗ୍ରାମରେ ପହଞ୍ଚିବା ପରେ ତତକାଳ ମୋଟ ଅର୍ଥରୁ ୧୦ ପ୍ରତିଶତ ଅର୍ଥ ସହାୟତା ପ୍ରଦାନ କରାଯିବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories