ଭାରତ ପାଇଁ ଭଲ ଖବର- ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ୪୦,୮୦,୦୦୦ କୋଟି ଟପିଲା

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ୪୦,୮୦,୦୦୦ କୋଟି ଟଙ୍କା ବା ୬୦୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି । ଏହା ଦେଶର ଅର୍ଥନୀତି ପାଇଁ ଏକ ଭଲ ଖବର । ୪ ମାସର ବ୍ୟବଧାନରେ ଏହା ୬୦୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି ।

ଡିସେମ୍ବର ଏକ ତାରିଖ ୨୦୨୩ ମସିହା ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୬୦୪ ବିଲିୟନ ଆମେରିକୀୟ ଡଲାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିଦାସ ସୂଚନା ଦେଇଥିଲେ । ୨୦୨୧ ମସିହା ଅକ୍ଟୋବର ମାସରେ ଭାରତର ବୈଦେଶିକ ମୁଦ୍ରାପାଣ୍ଠି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଏହା ସେହି ସମୟରେ ୬୪୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ଗତ ବର୍ଷ ଯୁଦ୍ଧ ସହ ବିଭିନ୍ନ ବୈଶ୍ୱୟିକ କାରଣରୁ ଏହା ହ୍ରାସ ପାଇଥିଲା । ୨୦୨୩ରେ ସାରା ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ତୁଳନାରେ ଭାରତର ଟଙ୍କା ଅପେକ୍ଷାକୃତ ସ୍ଥିର ଥିବା କଥା ଆର୍‌ବିଆଇର ଗଭର୍ଣ୍ଣର ସୂଚନା ଦେଇଛନ୍ତି । ଏବେ ଦେଶର ଅର୍ଥନୈତିକ ଅବସ୍ଥା ଭଲ ଥିବା କଥା ସେ ସୂଚନା ଦେଇଛନ୍ତି । ଏହା ସହ ଦେଶରେ ବୈଦେଶିକ ପୁଞ୍ଜି ନିବେଶ ଭଲ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏଫ୍‌ପିଆଇ ୨୪.୯ ବିଲିୟନ ଆମେରିକୀୟ ଡଲାର ରହିଛି ।

Comments are closed.