www.samajalive.in
Saturday, December 6, 2025
14.1 C
Bhubaneswar

ଗୋଚର ଜମିରୁ ପ୍ରଧାନମନ୍ତ୍ରୀ ଆବାସ ଭାଙ୍ଗିଲା ରାଜସ୍ୱ ବିଭାଗ

ପାଟଣା : ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମୂଷାନାଳୀ ସାହିର ଆହାର ବନ୍ଧ ନିକଟ ଗୋଚର ଜମି ଜବର ଦଖଲ କରି ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରକୁ ଭାଙ୍ଗିଛି ରାଜସ୍ୱ ବିଭାଗ। ଖାତା ନଂ ୨୮୯ ଓ ପ୍ଲଟ ନମ୍ବର ୭୮ ର ୨ ଡ଼ିସିମିଲ ଜମି ଜବର ଦଖଲ କରି ସେଠାରେ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏକ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିଲେ। ଏନେଇ ଗ୍ରାମବାସୀ ମିଳିତ ଭାବେ ପାଟଣା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରି ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଉକ୍ତ ସରକାରୀ ଗୋଚର ଜମିରୁ ଉଚ୍ଛେଦ ପାଇଁ ଦାବି ଜଣାଇଥିଲେ। ଜବରଦଖଲ ମାମଲା ରୁଜୁ କରି ପାଟଣା ତହସିଲଦାର ଲୀଳାବତୀ ନାଏକଙ୍କ ନେତୃତ୍ୱରେ ତହସିଲ କର୍ମଚାରୀ ଓ ପାଟଣା ପୁଲିସ ଉପସ୍ଥିତିରେ ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।

ଏପରିକି ସେଠାରେ ପୂର୍ଣ୍ଣଚନ୍ଦ୍ର ମହାନ୍ତ କରିଥିବା ଝୁମ୍ପୁଡି ଘରକୁ ଭାଙ୍ଗିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ମଧ୍ୟ ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ବିଭାଗ ସୂଚନା ଦେଇଛି। ଅପର ପକ୍ଷରେ ପୂର୍ଣ୍ଣଚନ୍ଦ୍ରଙ୍କୁ ସମର୍ଥନ କରୁଥିବା ଲୋକେ ସରକାରୀ ଜାଗାରେ ଘର କରିଥିବା ସମସ୍ତଙ୍କ ଘର ଭାଙ୍ଗିବା ପାଇଁ ମଧ୍ୟ ଏଠାରେ ଦାବି ରଖିଥିଲେ। ଶୁକ୍ରବାର ତହସିଲଦାରଙ୍କ ସହ ରାଜସ୍ୱ ପରିଦର୍ଶକ ବନମାଳି ନାଏକ ,ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ମଳୟ ନାୟକ ,ମଧୁସ୍ମିତା ସେଠୀ ଓ ରଞ୍ଜିତା ଜେନାଙ୍କ ସହ ୨ ଜଣ ଅମିନ ଓ ଥାନା ଏଏସଆଇ ନୁଆସ ଲୁଗୁନ ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ହୋଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories