www.samajalive.in
Saturday, December 6, 2025
26.1 C
Bhubaneswar

ଦନ୍ତା ଉତ୍ପାତ: ଭାଙ୍ଗିଲା ୪ ଘର, ଖାଇଲା ଧାନ ଚାଉଳ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ କିଛି ଦିନର ବ୍ୟବଧାନ ପରେ ପୁଣି ଦନ୍ତାହାତୀର ଉତ୍ପାତ ବଢିବାରେ ଲାଗିଛି । ସୋମବାର ବିଳମ୍ବିତ ରାତ୍ରରେ ଦନ୍ତାଟି ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଓ କଟାବେଡା ଗ୍ରାମରେ ପ୍ରବେଶ କରି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି। ଭାଳିଆଡାଳ ଗ୍ରାମର ବଣ ସାହିରେ ଥିବା ବାଞ୍ଛା ଦଳଦସିଆ ଓ ଦେବେନ୍ଦ୍ର ଦଳଦସିଆ, ଜର୍ମାନ ଦଳଦସିଆଙ୍କ ଘର ଭାଙ୍ଗିବା ସହ ଟିମା ମୁଣ୍ଡାଙ୍କର ଧାନ ଡୋଲି ଟେକି ନେଇ ଖାଇଛି। ସେହିପରି କଟାବେଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଝରକା ଭାଙ୍ଗି ଶୁଣ୍ଢରେ ଧାନ ବସ୍ତା ଟେକି ନେଇ ଖାଇ ଦେଇଥିଲା। ଖବର ପାଇ ବନବିଭାଗ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ତଦନ୍ତ କରାଯାଇଥିବା ସାହାରପଡା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।

ତେବେ ଦନ୍ତାଟି ଗାଁ ନିକଟରେ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପରେ ହାତୀଟି ପୁଣି ଜଙ୍ଗଲରୁ ବାହାରି ଗାଁରେ ପଶିବା ସମ୍ଭାବନା ଥିବାରୁ ହାତୀଟିକୁ ଘଉଡାଇବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ସେହିପରି ଦନ୍ତାଟି ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମରେ ପଶି ରାଜକିଶୋର ମୁଣ୍ଡାଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ପାଟଣା ବନପାଳ ପିଅନ ନାଏକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories