www.samajalive.in
Saturday, December 6, 2025
14.1 C
Bhubaneswar

ବ୍ରିଜକୁ ଧକ୍କା ଦେଲା ସ୍କର୍ପିଓ, ଚାଳକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟ ବୈତରଣୀ ବ୍ରିଜକୁ ଏକ ସ୍କର୍ପିଓ ଧକ୍କା ଦେଇଛି।‌ ଦୁର୍ଘଟଣାରେ ସ୍କର୍ପିଓ ଚାଳକଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ସ୍କର୍ପିଓଟି ଚଢେଇଭୋଳରୁ ତୁରୁମୁଙ୍ଗା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବେଳେ ବ୍ରିଜର ସାଇଡ ଓ୍ବାଲରେ ସିଧାସଳଖ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ କ୍ଷିପ୍ର ରହିଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ସେଠାରୁ ସ୍କର୍ପିଓ ଚାଳକଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ସ୍କର୍ପିଓ ଚାଳକ ହେଉଛନ୍ତି ଯାଜପୁର ଜିଲ୍ଳା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକର (୨୪) ବୋଲି ଜଣାପଡିଛି। ସେ ମୁର୍ଗାପାଟ ରଏଲ ହୋଟେଲରେ କାମ କରୁଥିବା ବେଳେ ସେ ଆଜି ଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁଲିସ  ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories