www.samajalive.in
Saturday, December 6, 2025
16.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ମୃତ

ପାଟଣା : ପାଟଣା ବନାଞ୍ଚଳ ଇଲାକାର ରେଙ୍ଗାଳବେଡା ଜଙ୍ଗଲରେ ଡେରା ପକାଇଥିବା ହାତୀପଲଙ୍କୁ ଦେଖିବା ଓ ଘଉଡାଇବା ପାଇଁ ବହୁ ଲୋକ ଯାଉଥିବାରୁ ହାତୀପଲରୁ ଗୋଟିଏ ଦନ୍ତା କ୍ରମଶଃ ଉଗ୍ର ରୁପ ନେଉଥିବା ଦେଖାଯାଇଛି। ଦେଖଣାହାରିଙ୍କର ଦୁଇଟି ବାଇକ ଦନ୍ତା ଭାଙ୍ଗି ଥିବା ବେଳେ ଗତକାଲି ସନ୍ଧ୍ୟାରେ ଦନ୍ତାହାତୀ ଲୋକଙ୍କୁ ଆକ୍ରମଣ କରି ଜଣଙ୍କୁ ଗୁରୁତର କରିଥିଲା। ତାଙ୍କୁ ତୁରନ୍ତ ପାଟଣା ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣକ ମିରିଗିଖୋଜି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ମହାନ୍ତ (୫୩) ବୋଲି ଜଣାପଡିଛି। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories