www.samajalive.in
Saturday, December 6, 2025
14.1 C
Bhubaneswar

ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ; ସ୍ୱାମୀ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଘାଗରା ବନ୍ଧ ପୋଖରୀରୁ ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ମହିଳା ଖିରେଇଟାଙ୍ଗିରୀ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ଗିରିଧାରୀ ମହାନ୍ତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାନ୍ତ ବୋଲି ଜଣାପଡିଥିଲା । ଗାଁ ପୋଖରୀରେ ଏକ ଶବ ଭାସୁଥିବା ଖବର ଜଣାପଡିବା ପରେ ଖବର ପାଇ ବିଳମ୍ବିତ ରାତିରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରିଥିଲା। ମୃତ୍ୟୁର କାରଣକୁ ନେଇ ମୃତ ମହିଳାଙ୍କ ସ୍ଵାମୀ ଗିରିଧାରୀ ମହାନ୍ତଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତଦେହକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଦୁଇ ଦିନ ପୂର୍ବରୁ ମହିଳା ଜଣଙ୍କ ନିଖୋଜ ଥିଲେ। ଏହାକୁ ନେଇ ମୃତ ମହିଳା ପିତା ତୁରୁମୁଙ୍ଗା ଥାନା ପାଟ ଧନୁର୍ଜୟପୁର ଗ୍ରାମର ବୈଷ୍ଣବ ମହାନ୍ତ ତାଙ୍କ ଝିଅ ଲକ୍ଷ୍ମୀପ୍ରିୟା ମହାନ୍ତ ନିଖୋଜ ଥିବା ନେଇ ସୋମବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଗତ ମଇ ମାସ ୧୪ ତାରିଖରେ ତାଙ୍କ ଝିଅକୁ ଶାରିରୀକ ମାନସିକ ନିର୍ୟ୍ୟାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ। ଏପରିକି ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ପିତା ବୈଷ୍ଣବ ମହାନ୍ତ  ଥାନାରେ ଅଭିଯୋଗ କରିଛନ୍ତିି। ଏନେଇ ଥାନାରେ ୮୩/୨୦୨୩ ଏକ ମାମଲା ରୁଜୁ କରାଯାଇଛି। ମୃତ ମହିଳାଙ୍କ ସ୍ଵାମୀ ଗିରିଧାରୀ ମହାନ୍ତଙ୍କୁ ଥାନାରେ ଅଟକ ରଖି ଥାନା ସବ୍ ଇନ୍ସପେକ୍ଟର ଯମୁନା ମାରାଣ୍ଡି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଗିରିଧାରୀ ମହାନ୍ତ ପୁଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଛି। ଅଭିଯୁକ୍ତ ଗିରିଧାରୀ ମହାନ୍ତ (୪୬) ଙ୍କୁ ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ କରାଯାଇ ୩୦୨ ଦଫାରେ କୋର୍ଟ ଚାଲାଣ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories