www.samajalive.in
Friday, December 5, 2025
20.1 C
Bhubaneswar

ମଦ ଭାଟି ବନ୍ଦ ଦାବିରେ ଠେଙ୍ଗା ବାଡ଼ି ଧରି ମହିଳାଙ୍କ ହୋହାଲ୍ଲା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ହାତୀବାରି ମୌଜାର କାଜୁ ଜଂଗଲ ଭିତରେ ଥିବା ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଭାଟିକୁ ବନ୍ଦ ସହ ସ୍ଥାନାନ୍ତର ଦାବିରେ ବୁଧବାର ଅପରାହ୍ନରେ ହାତୀବାରୀ ଗ୍ରାମର ୧୬ ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ଏକଜୁଟ ହୋଇ ଠେଙ୍ଗା ବାଡ଼ି ଧରି ଭାଟି ସମ୍ମୁଖରେ ଧାରଣାରେ ବସିବା ସହ ହୋହାଲ୍ଲା କରିଛନ୍ତି। ଅଭିଯୋଗ ଅନୁଯାୟୀ ଏଠାରେ ଥିବା ଭାଟି ରୁ ଗ୍ରାମର ପୁରୁଷ ଓ ଯୁବକ ମାନେ ମଦ ପିଇବା ଫଳରେ ଘରେ ଅଶାନ୍ତି ହେବା ସହ ନାନା ରୋଗରେ ପଡ଼ି ଯୁବାବସ୍ଥାରେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ତୁରନ୍ତ ମଦ ଭାଟିକୁ ବନ୍ଦ କରି ଏଠାରୁ ସ୍ଥାନାନ୍ତର ଦାବି କରିଛନ୍ତି ମହିଳା ମାନେ। ତେବେ ମହିଳା ମାନଙ୍କ ଏକଜୁଟ ଖବର ପାଇ ଭାଟି କର୍ମଚାରୀ ଚାବି ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ମହିଳା ମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଏଠାରୁ ମଦ ଭାଟି ସ୍ଥାନାନ୍ତର ନହେଲେ ରାଜରାସ୍ତା ଅବରୋଧ କରିବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories