MEllora 950×100

ଚୋରା କାଠ ସହ ଟ୍ରାକ୍ଟର ଜବତ ; ଦୁଇ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ସେକ୍ସନ ଅନ୍ତର୍ଗତ ଖଡିକାପଦା ହୁଡି ସାହି ନିକଟରୁ ବନ ବିଭାଗ ଗୋଟିଏ ଚୋରା କାଠ ବୋଝେଇ ଟ୍ରାକ୍ଟର ଜବତ କରିଛି। ଏହା ସହ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଦୁଇ ଜଣ ଖଡିକାପଦା ଗ୍ରାମର ଉପେନ୍ଦ୍ର ମୁଣ୍ଡା ଓ ବାବୁରାମ ମାଝୀ ବୋଲି ଜଣାପଡିଛି। ବନ ବିଭାଗ କାଠ ଚୋରାଚାଲାଣ ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ରାତି ପାଖାପାଖି ୩ଟା ସମୟରେ ଖଡିକାପଦା ନିକଟରେ ଛକି ରହିଥିଲା । ଟ୍ରାକ୍ଟର ଟି କାଠ ବୋଝେଇ ଆସୁଥିବା ସମୟରେ ବନ ବିଭାଗ ଟ୍ରାକ୍ଟର ଟିକୁ ଗୋଡାଇ ଗୋଡାଇ ଧରିବା ସହ ଦୁଇ ଜଣଙ୍କୁ କାବୁ କରିଥିଲା । ଜବତ ଟ୍ରାକ୍ଟର ଟିକୁ ପାଟଣା ରେଞ୍ଜ କାର୍ୟ୍ୟାଳୟକୁ ଅଣାଯାଇଛି। ଜବତ କାଠ ମଧ୍ୟରେ ୧୧ ଖଣ୍ଡ ଶାଳ ଗଡ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

Comments are closed.