www.samajalive.in
Friday, December 12, 2025
16.1 C
Bhubaneswar

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା କେନ୍ଦେଇପଶିପାଟଣା ରାସ୍ତାର ଭିମାପଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି । ଟାଙ୍ଗରପଡା ସ୍ଥିତ ଭିମାପଡା ହାଟ ସାରି ଅଙ୍କୁରା ଗ୍ରାମର ଆନନ୍ଦ କାରୁଆ (୬୫) ଚାଲି ଚାଲି ଘରକୁ ଫେରୁଥିବା ବେଳେ କେନ୍ଦୁଝର ପଟୁ ଜଣେ ବାଇକ ଆରୋହୀ ତାଙ୍କୁ ହାଟ ନିକଟରେ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଆନନ୍ଦ କାରୁଆଙ୍କ ଗୋଡ଼ ଭାଙ୍ଗିଯିବା ସହ ସେ ଘଟଣାସ୍ଥଳରେ ପଡି ଯାଇଥିଲେ ସ୍ଥାନୀୟ ଲୋକେ ଆନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଦେଖି ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ବୃଦ୍ଧକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିବା ବେଳେ ରାସ୍ତାରେ ଯିବା ବେଳେ ଢେଙ୍କିକୋଟ ନିକଟରେ ଆନନ୍ଦଙ୍କର ମୃତ୍ୟୁ ଘଟିଛି । ତେବେ ରୋଗୀ ଯାନ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ନେଇଯାଇଥିବା ସୂଚନା ମିଳିଛି

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories