www.samajalive.in
Thursday, December 11, 2025
15.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ସ୍ମାର୍ଟ ସିଟିରେ ଏକି ବ୍ୟବସ୍ଥା… ? ମୃତ ମା’ଙ୍କୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ…  ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ…  ସୂଚନା ପାଇବା ପରେ ମାଗଣାରେ ଆମ୍ବୁଲାନ୍ସ ଯୋଗାଇଲା ଘରୋଇ ଆମ୍ବୁଲାନ୍ସ ସଂଘ… ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଘଟଣା… ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ…

(୨) ଉପନିର୍ବାଚନ ପାଇଁ ପଦ୍ମପୁରରେ ଲାଗୁଛି ନେତାଙ୍କ ଭିଡ… ପ୍ରଚାରରେ କମ୍ପୁଛି ସାରା ନିର୍ବାଚନମଣ୍ଡଳି… ମୈଦାନରେ ପ୍ରାର୍ଥୀଙ୍କ କଡ଼ା କସରତ… ବିଜେଡି ବିଜେପି ମଧ୍ୟରେ ଚାଲିଛି ​ ଟକ୍କର… ପଛରେ ପଡ଼ିନି କଂଗ୍ରେସ… ଭୋଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳର ଜୋରଦାର ପ୍ରୟାସ…

- Advertisement -

(୩) ଯାଜପୁର କୋରେଇରେ ମାଲଗାଡ଼ି ମାଡ଼ିଯିବା ଘଟଣା… ସ୍ୱାଭାବିକ ହେଲା ରେଳ ଚଳାଚଳ… ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍‌… ଅପ୍‌ ଏବଂ ଡାଉନ୍‌ ଉଭୟ ଲାଇନରେ ଚଳାଚଳ କରୁଛି ରେଳ… ଗତକାଲି ଯାତ୍ରୀ ବିଶ୍ରାମଗାରାକୁ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ହୋଇଥିଲା ୩ଜଣଙ୍କ ମୃତ୍ୟୁ… ଭାଙ୍ଗିଥିଲା ଷ୍ଟେସନ…

(୪) ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା… ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦେଶାଳୟ… ଅର୍ଚ୍ଚନାଙ୍କ ବ୍ୟବସାୟ ପାର୍ଟନର ଖଗେଶ୍ୱରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ଇଡି… ଘଟଣାକୁ ନେଇ କରିବ ଆହୁରି ଖୋଳତାଡ଼… ସେପଟେ ନାଗଙ୍କ ସହ ଅର୍ଥ କାରବାର କରିବାକୁ ନେଇ ୧୫ଜଣଙ୍କୁ ଇଡି ସମନ କରିଥିବା ସୂଚନା…

(୫) ମୃତଦେହ ରଖି ସାରାରାତି ରାସ୍ତାରୋକ… ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ କଲେ ଗ୍ରାମବାସୀ… କ୍ଷତିପୂରଣ ଦାବିରେ ଗତକାଲି ସଂଧ୍ୟାରୁ ହୋଇଛି ରାସ୍ତା ଅବରୋଧ… ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି… ଛତିଶଗଡ଼କୁ ଗମନାଗମନ ବାଧାପ୍ରାପ୍ତ… ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସନ୍ତୋଷପୁରର ଘଟଣା…

(୬) ଫିଫା ବିଶ୍ୱକପରେ ଇରାନ୍‌ ଖେଳାଳିଙ୍କ ଅଭିନବ ପ୍ରତିବାଦ… ଦେଶରେ ଚାଲିଥିବା ହିଜାବ ବିବାଦକୁ ସମର୍ଥନ ଜଣାଇ ପ୍ରତିବାଦ କଲେ ଖେଳାଳି… ମ୍ୟାଚ୍‌ ପୂର୍ବରୁ ଗାନ କଲେନି ଜାତୀୟ ସଂଗୀତ… ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଲା ଇରାନ୍‌ ଖେଳାଳିଙ୍କ ଅଭିନବ ପ୍ରତିବାଦ…

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories