www.samajalive.in
Monday, December 8, 2025
27.1 C
Bhubaneswar

ବସ୍-ଟ୍ରକ୍ ଦୁର୍ଘଟଣା; କଲେଜ ଛାତ୍ରୀଙ୍କ ମୃତ୍ୟୁ  

ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର ଖିଣ୍ଡା ଛକରେ ଗତ ୧୧ ତାରିଖ ଦିନ ସକାଳ ପ୍ରାୟ ସାଢେ ୬ଟାରେ ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଥିଲେ । ଛାତ୍ରୀ ଜଣକଙ୍କ ନାଁ ନେହା ଦୁବେ(୧୭) ହୋଇଥିବା ବେଳେ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜନୈକ ସେବା ନିବୃତ୍ତ ଯବାନ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ନେହା ଦୁବେ ଅତି ଗୁରୁତର ଆହତ ହୋଇଥିଲେ । ତାହା ସହ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ । ନେହାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୧୦ ଦିନ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଗତକାଲି ନେହାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି । ସମ୍ବଲପୁର ଜି.ଏମ୍ ଜୁନିଅର କଲେଜର ଛାତ୍ରୀ ହୋଇଥିବା ନେହା ଦୁବେ ଝାରସୁଗୁଡ଼ା ଜିଲ୍ଲାର ହିର୍ମା ଗ୍ରାମର ବାସିନ୍ଦା ନିକା ନିଳାଞ୍ଚଳ ଦୁବେ ଏବଂ ସରସ୍ଵତୀ ଦୁବେଙ୍କ ଏକମାତ୍ର ଝିଅ ଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories