www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର ରାଜସ୍ୱ ଆୟୁକ୍ତ ଅଧିନକୁ ଗଲା ବୌଦ୍ଧ ଜିଲ୍ଲା

ବୌଦ୍ଧ:  ବୌଦ୍ଧ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ଶେଷରେ ରାଜ୍ୟ ସରକାର ପୂରଣ କରିଛନ୍ତି । ଜିଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ବାହାର କରି ଉତ୍ତରାଞ୍ଚଳ(ସମ୍ବଲପୁର) ରାଜସ୍ୱ ଆୟୁକ୍ତରେ ସାମିଲ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଜିଲାସାରା ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ବଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ, ଜିଲା କ୍ରୀଡା ସଂଘର ସଂପାଦକ ରବୀନ୍ଦ୍ର କୁମାର ରାଉତ, ଜିଲା ସାମ୍ବାଦିକ ସଂଘର ସଂପାଦକ ଶଶାଙ୍କ ଶେଖର ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ବାସଭବନରେ ପହଞ୍ଚି ବୌଦ୍ଧ ଜିଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

ଏନଏସି ଅଧ୍ୟକ୍ଷ ଶ୍ରୀମିଶ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଅମାତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ମିଠା ଖୁଆଇ ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ଉପହାର ନେଇ କୃତଜ୍ଞତା ପ୍ରକାଶ କରିଛନ୍ତି । ସହରର ପ୍ରମୁଖ ଗାନ୍ଧୀଛକଠାରେ ସହରବାସୀ ବାଣ ଫୁଟାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ଉତ୍ସବ ପାଳିଥିଲେ । ପ୍ରକାଶଥାଉକି ସମସ୍ତ ରାଜନୈତିକ ଦଳ ସହିତ ବୌଦ୍ଧ ଜିଲା ଓକିଲ ସଂଘ,ସିଭିଲ ଏଣ୍ଡ କ୍ରିମିନାଲ ବାର ଏସୋସିଏସନ, ନାଗରିକ କମିଟି, ଜିଲା ସାମ୍ବାଦିକ ସଂଘ, ଅଣଗେଜେଟେଡ ସରକାରୀ କର୍ମଚାରୀ ସଂଘ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ବୌଦ୍ଧକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧିନକୁ ଆଣିବାକୁ ଦାବି କରିଆସୁଥିଲେ ।

- Advertisement -

ଶେଷରେ ରାଜ୍ୟ ସରକାର ଜିଲାବାସୀଙ୍କ ଏହି ବହୁ ପ୍ରତିକ୍ଷୀତ ଦାବିକୁ ପୂରଣ କରିଥିବାରୁ ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବୌଦ୍ଧ ସମେତ ନୂଆପଡା ଜିଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତ ଅଧିନକୁ ଅଣାଯାଇଥିବା ବେଳେ କଳାହାଣ୍ଡି ଜିଲା ପୂର୍ବପରି ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିନରେ ରହିବ ବୋଲି ଜଣାପଡିଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories