www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠାରୁ ଆର୍ଜେଣ୍ଟିନାର ଅଭିଯାନ

ଲୁସେଲ୍‌ : ଫିଫା ବିଶ୍ବକପ୍‌ର ଗ୍ରୁପ୍‌ ସି’ରେ ମଙ୍ଗଳବାର ସାଉଦି ଆରବ ବିପକ୍ଷରେ ମ୍ୟାଚ୍ ଖେଳି ନିଜ ଅଭିଯାନ ଆରମ୍ଭ କରିବ ଆର୍ଜେଣ୍ଟିନା। ଆର୍ଜେଣ୍ଟିନାର ଦଳରେ ଲିଓନେଲ୍‌ ମେସିଙ୍କ ପରି ତାରକା ଖେଳାଳି ରହିଥିବାରୁ ଏହି ଦଳ ସାଉଦି ଆରବକୁ ପରାସ୍ତ କରିବ ବୋଲି ଫୁଟବଲପ୍ରେମୀ ଆଶା ରଖିଛନ୍ତି। ଆର୍ଜେଣ୍ଟିନା ଓ ସାଉଦି ଆରବ ମଧ୍ୟରେ ପୂର୍ବରୁ ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଦୁଇଟିରେ ଆର୍ଜେଣ୍ଟିନା ବିଜୟୀ ହୋଇଥିବା ବେଳେ ବାକି ଦୁଇଟି ମ୍ୟାଚ୍‌ ଡ୍ର ରହିଥିଲା। ପ୍ରଥମଥର ପାଇଁ ଫିଫା ବିଶ୍ବକପ୍‌ରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। କ୍ରମାଗତ ଭାବେ ୩୬ଟି ମ୍ୟାଚ୍‌ରେ ଅପରାଜେୟ ରହି ଆର୍ଜେଣ୍ଟିନା ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ଦଳ ୧୯୭୮ ଓ ୧୯୮୬ରେ ବିଶ୍ବକପ୍‌ ବିଜେତା ହୋଇଥିବା ବେଳେ ଚଳିତଥର ପୁନର୍ବାର ଦଳକୁ ଚମ୍ପିଆନ କରାଇବା ମେସିଙ୍କର ସ୍ବପ୍ନ। ଫିଫା ବିଶ୍ବକପ୍‌ର ଗତ ୧୩ଟି ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ୧୨ଟିରେ ଆଜେଣ୍ଟିନା ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିଲା। ସାଉଦି ଆରବ ଏହି ମ୍ୟାଚ୍‌ରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିବାକୁ ଚେଷ୍ଟାକରିବ ତେବେ ଆର୍ଜେଣ୍ଟିନାକୁ ପରାସ୍ତ କରିବା ଆଶା କମ୍‌।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories