ପାଟଣା: ବିଜେପିରେ ଗୋଷ୍ଠୀ ବିବାଦ କାରଣରୁ ବିଜେଡି ସର୍ବଦା ଫାଇଦାରେ ରହୁଥିବା ବେଳେ ଏବେ ପାଟଣା ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳ ମଧ୍ୟରେ ଗୋଷ୍ଠି ବିବାଦ ଦାନା ବାନ୍ଧୁଥିବା ଦେଖାଗଲାଣି। ସମସ୍ତଙ୍କୁ ଧ୍ୟାନ ଦିଆଯିବା ଦରକାର ବୋଲି ନିଜ ଦଳର ଜଣେ ପଦବିଧାରୀ ଯୁବନେତାଙ୍କ ସାମାଜିକ ଗଣମାଧ୍ୟମରେ ମତ ରଖିବା ଗୋଷ୍ଠି ବିବାଦ ଅଭିଯୋଗକୁ ବଳ ଯୋଗାଇଛି। ବିଶେଷକରି ଧାମନଗର ଉପନିର୍ବାଚନ ଫଳ ଆସିବା ପରେ ଯୁବନେତାଙ୍କ ଏଭଳି ଟିପ୍ପଣୀ ଦଳର ବହୁ ପଦବିଧାରୀ ଓ କେତେକ ପଞ୍ଚାୟତରାଜ ପ୍ରତିନିଧିମାନେ ମଧ୍ୟ ସମର୍ଥନ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ନିଜ ଦଳର ବହୁ ପଦପଦବୀରେ ଥିବା ବ୍ଲକ ସ୍ତରୀୟ ନେତାଙ୍କ ସହ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସଂଗଠନର ବହୁ ବ୍ଲକ ସ୍ତରୀୟ ନେତା ଉପରକୁ ଭୟକରି ମୁହଁ ଖୋଲୁନଥିଲେ ମଧ୍ୟ ପାଟଣା ବିଧାୟକଙ୍କ ବିରୋଧୀ ହୋଇ ପଡିବା ଗୋଷ୍ଠୀ ବିବାଦର ମୂଳ କାରଣ କୁହାଯାଉଛି।
Popular Categories



