MEllora 950×100

ଘଟଗାଁ ଅବକାରୀ ବିଭାଗର ଚଢାଉ ୪ ଗିରଫ

ପାଟଣା: କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତର୍ଗତ ବିଣାଝରି, ରୁଟିଶୀଳା, ସୁନାଟାଙ୍ଗିରି ଓ ମଧୁପୁର ଗ୍ରାମରେ ଚଢାଉ କରାଯାଇ ୪ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୨୫ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ ହୋଇଛି। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୧୭ଶହ କେଜି ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.