www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ ଜୁନିୟର ଭଲିବଲ ଚମ୍ପିଆନସିପ, ଓଡ଼ିଶା ଦଳ ଘୋଷିତ

କଟକ: ଜମ୍ମୁର ଏମ.ଏ ଷ୍ଟାଡ଼ିୟମରେ ଚଳିତ ନଭେମ୍ବର ୧୪ରୁ ୧୯ ପର୍ଯ୍ୟନ୍ତ ୪୮ତମ ଜାତୀୟ ଜୁନିୟର ପୁରୁଷ ଓ ମହିଳା ଭଲିବଲ ଚମ୍ପିଆନସିପ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ଭଲିବଲ ଆସୋସିଏସନ ପକ୍ଷରୁ ଉଭୟ ବାଳକ ଓ ବାଳିକା ଓଡ଼ିଶା ଦଳ ମନୋନୟନ କରାଯାଇଛି। ଖେଳାଳି ମନୋନୟନ ପ୍ରକ୍ରିୟା କିଟ୍‌ ଷ୍ଟାଡ଼ିୟମରେ ଗତ ଅକ୍ଖୋବର ୬ରେ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୦୦ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରୁ ବାଳକ ବିଭାଗରେ ୨୫ ଓ ବାଳିକାରେ ୨୦ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ଖେଳାଳିମାନଙ୍କୁ ନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର କିଟ୍‌ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରୁ ବାଳକ ଓ ବାଳିକା ବିଭାଗରେ ମୋଟ ୨୪ଜଣ ଖେଳାଳି ଚୂଡାନ୍ତ ଦଳ ପାଇଁ ମନୋନୀତ ହୋଇଛନ୍ତି। ୬ ଜଣ ଅଧିକାରୀଙ୍କ ସହ ଓଡ଼ିଶା ଦଳ ଶୁକ୍ରବାର ଜମ୍ମୁ ଗସ୍ତ କରିବ। କିଟ୍‌ରେ ଭଲିବଲ ମନୋନୟନ, ପ୍ରଶିକ୍ଷଣ ଶିବିର ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ ସଂଘ ସଭାପତି ସାଂସଦ ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ। ଓଡ଼ିଶା ଦଳକୁ ଡ. ଅଚ୍ୟୁତ ସାମନ୍ତ,ଓଡ଼ିଶା ଭଲିବଲ ସଂଘ ସମ୍ପାଦକ ତଥା କିଟ୍‌ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ଶୁଭେଚ୍ଛ​‌ା​‌ ଜଣାଇବା ସହିତ ସଫଳତା କାମନା କରିଛନ୍ତି।

ଓଡ଼ିଶା ବାଳକ ଦଳ : ମୋହନ ବିଶ୍ବାଳ, ବିକାଶ ପାତ୍ର, ଓଲି ଲୁହା, ରୁଦ୍ର ନାରାୟଣ ସେଠୀ, ମହମ୍ମଦ ରାଜା(ଅଧିନାୟକ), ତୁଷାର ଦେହୁରୀ, ଶକ୍ତିପ୍ରସାଦ ଓଝା, ଆଦର୍ଶ ଗାର୍ତ୍ତିଆ, ଶାଶ୍ବତ ଦାସ, ପ୍ରବୀର ଦାସ, ମାନସ ଦଳାଇ, ସମ୍ବିତ କୁମାର ବେହେରା,ମ୍ୟାନେଜର- ପ୍ରେମ କୁମାର ଏକ୍କା, ମୁଖ୍ୟ ପ୍ରଶିକ୍ଷକ -ଏସ୍‌.ଡି ସୁଲେମାନ, ସହ ପ୍ରଶିକ୍ଷକ-ଗୋବିନ୍ଦ ଚନ୍ଦ୍ର ସାହୁ।

- Advertisement -

ବାଳିକା ଦଳ : ବି. ଅନିଷା, ସୁଚିସ୍ମିତା ଦିଣ୍ଡା, ସ୍ନେହମୟୀ କିଷାନ, ପାୟଲ କାଣ୍ଡି, ଲାସ୍ୟମୟୀ ମହନ୍ତ, ଆଶା ମୁଣ୍ଡାରୀ(ଅଧିନାୟକ), ସରୋଜିନୀ ସାମଲ, ବାର୍ବି ସିଂହ,ସ୍ଥିତପ୍ରଜ୍ଞ ଜେନା, ରିବିକା ବାର୍ଲା, ବାସନ୍ତୀ ମାଝି, ମ୍ୟାନେଜର- ଦେବଦୂତ ଜେନା, ମୁଖ୍ୟ ପ୍ରଶିକ୍ଷକ-ରଶ୍ମିରଞ୍ଜନ ନନ୍ଦ, ସହ ପ୍ରଶିକ୍ଷକ-ସଙ୍ଗୀତା ଟପ୍ପୋ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories