www.samajalive.in
Saturday, December 6, 2025
16.1 C
Bhubaneswar

ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଲକ ଶିକ୍ଷାଧିକାରୀ

ପାଟଣା : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ।  ଘଟଗାଁ ବ୍ଲକ ଶିକ୍ଷାଧିକାରୀ ଅଭୟ କୁମାର ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବାଲେଶ୍ବର ଦୁର୍ନୀତି ନିବାରଣ ବିଭାଗ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡିଏସପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ବରେ ତିନିଜଣ ଇନ୍ସିପେକ୍ଟରଙ୍କ ସହିତ ମିଳିତ ଚଢାଉ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଅଭୟ ୨୦୧୫ ବ୍ୟାଚ୍ ର ୩୩ ଜଣ ଶିକ୍ଷକଙ୍କ ବକେୟା ଦରମା ବିଲ୍ କରିଦେବା ପାଇଁ ୯୦ ହଜାର ଟଙ୍କା ଦାବି କରିଥିବା ବେଳେ ୬୦ ହଜାର ଟଙ୍କାରେ ଏହା ଡିଲ ହୋଇଥିଲା । ଯାହାଫଳରେ ଆଜି ଶିକ୍ଷକ କମଳାକାନ୍ତ ପଣ୍ଡାଙ୍କ ହାତରେ ତାଙ୍କୁ ଅଗ୍ରିମ ୧୫ ହଜାର ଟଙ୍କା ଲାଞ୍ଚ ଦିଆଯାଉଥିବା ସମୟରେ  ଧରିଥିଲା ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ପର୍ୟ୍ୟନ୍ତ ତିନୋଟି ସ୍ଥାନରେ ଯଥା ଘଟଗାଁ ବି.ଇ.ଓ କାର୍ୟ୍ୟାଳୟ ସମେତ ନିଜ ବାସଭବନ ଯାଜପୁର ଟାଉନ୍ ଏବଂ ପୈତୃକ ଗ୍ରାମ ବିଂଝାରପୁର୍  ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ ଜାରି ରଖିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories