ଗଞ୍ଜାମ : ମା’ ଉଜ୍ଜଳେଶ୍ଵରୀ ଗନମ୍ୟାନ ସଂଘ ତରଫରୁ ଆସୋସିଏସନର ଜନୈକ ସଦସ୍ୟଙ୍କ ବିୟୋଗରେ ତାଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇଛି। ସଂଘ ସଦସ୍ୟ ସୁରେଶ କୁମାର ଦାଶଙ୍କ ବିୟୋରେ ତାଙ୍କ ବିଧବା ପତ୍ନୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଛତ୍ରପୁର ସହର ସ୍ଥିତ ଗଣେଶ ସାହିରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ପହଞ୍ଚି ସ୍ୱର୍ଗତ ଦାଶଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ସଂଘ ସଭାପତି ସୁରେଶ କୁମାର ନନ୍ଦ, ଉପସଭାପତି ଲୋକନାଥ ଶତପଥୀ, ସମ୍ପାଦକ ଡି. ପାପା ରାଓ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Popular Categories



