www.samajalive.in
Saturday, December 6, 2025
14.1 C
Bhubaneswar

ବିଲ ପାଣିରେ ବୁଡି ବୃଦ୍ଧ ମୃତ

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତ କାଶିଆ ଗ୍ରାମର ଶନୁ ମହାନ୍ତ ନାମକ ଜଣେ ବୃଦ୍ଧ ବିଲ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଗତ ରାତି ଏହି ଘଟଣା ଘଟିଛି। ଗତ କାଲି ସନ୍ଧ୍ୟାରେ ଶନୁ ମହାନ୍ତ ମୂଷାଖୋରି ଗ୍ରାମରୁ ଗିରିଧିନା ଗ୍ରାମକୁ ଚାଲି ଚାଲି ଯାଉଥିବା ବେଳେ କୌଣସି କାରଣରୁ ରାସ୍ତା କଡ ବିଲ ଭିତରେ ପଡି ଯାଇ ମୃତ୍ୟୁ ବରଣ କରିଥିବା ଆଜି ଦେଖାଯାଇଥିଲା । ଏନେଇ ଘଟଣା ପ୍ରଚାରିତ ହେବା ପରେ ତାଙ୍କ ପୁଅ କାଶିଆ ଗ୍ରାମର ରାଜକିଶୋର ମହାନ୍ତ ଘଟଣା ସମ୍ପର୍କରେ ପାଟଣା ଥାନାରେ ଲିଖିତ ଜଣାଇଛନ୍ତି। ପାଟଣା ଥାନା ଏସ ଆଇ ମନୋରମା ସ୍ବାଇଁ ଘଟଣା ସ୍ଥଳକୁ ଯାଇ ବିଲ ଭିତରୁ ମୃତ ଶନୁଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ଡାକ୍ତରଖାନାକୁ ପଠାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories