ପାଟଣା: କେନ୍ଦୁଝର ସହରରେ ଏକ ପୋଲିସ ଷ୍ଟପର୍ ଭାଙ୍ଗି ଦେଇ କଲିକତା ଆଡ଼କୁ ପଳାଇ ଆସୁଥିବା ଏକ ଆନ୍ତଃରାଜ୍ୟ ଭାରବାହୀ ଟ୍ରଲରକୁ ଜିଲା ପରିବହନ ବିଭାଗ ୫୬ ହଜାର ୭୫ ଟଙ୍କା ଜୋରିମାନା କରିଛି। କେନ୍ଦୁଝର ଆରକ୍ଷୀଙ୍କ ଠାରୁ ସୂଚନା ପାଇ ତୁରୁମୁଙ୍ଗା ଥାନା ଆରକ୍ଷୀ ବେଲଦା ଘାଟିରେ ଟ୍ରଲରଟିକୁ ଅଟକାଇବା ପରେ ଜିଲା ପରିବହନ ବିଭାଗର ମୋଟର ଯାନ ନିରୀକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏମ୍.ଭି.ଆଇ ଘଟଣାସ୍ଥଳରେ ପହଞ୍ଚି ଛତିଶଗଡ ନମ୍ୱର୍ ଥିବା ଏହି ଟ୍ରଲରଟିକୁ ମୋଟା ଅଙ୍କର ଜୋରିମାନା କରିଥିଲେ। ଟ୍ରଲର ମାଲିକ ଜୋରିମାନା ପଇଠ କରିଥିବା ଥାନାଧିକାରୀ ବୈଦ୍ୟନାଥ ସାହୁଙ୍କ ଠାରୁ ପ୍ରକାଶ।
Popular Categories



