www.samajalive.in
Sunday, December 14, 2025
23.1 C
Bhubaneswar

ଚାଷ ଜମିରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ପାଟଣା;  ପାଟଣା ଥାନା ଅନ୍ତର୍ଗତ କୁଦାବେଡା ଗ୍ରାମର କାର୍ତ୍ତିକ ନାଏକଙ୍କ ପତ୍ନୀ ଚନ୍ଦ୍ରାବତୀ ନାଏକଙ୍କୁ ଗତକାଲି ପୂର୍ବାହ୍ନରେ ଚାଷ ଜମିରେ ଆକ୍ରମଣ ହୋଇଛି । ଚନ୍ଦ୍ରାବତୀ ନିଜ ବିଲକାମ ସାରି ତାଙ୍କ ବିଲ ପାଖରେ କୁସୁମ ଗୋଟାଉଥିବା ସମୟରେ ସେହି ଗ୍ରାମର ଦନାର୍ଦନ ନାଏକ ତାଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଦାଳରେ ତାଙ୍କ ବେକ ଓ ମୁଣ୍ଡକୁ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାକୁ ଆସି ପ୍ରାଥମିକ ଚିକିତ୍ସା କରାଇବା ସହ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ଏଏସଆଇ ପଦ୍ମାବତୀ ବିଶ୍ୱାଳ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories