www.samajalive.in
Sunday, December 14, 2025
23.1 C
Bhubaneswar

ବାଇକ ଚୋରି ଅଭିଯୋଗ, ୩ ନାବାଳକ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସହରର ଜଣେ ଯୁବକଙ୍କ ହୋଣ୍ଡା ୟୁନିକର୍ନ (ଓଡି ୦୮ ଏଲ୍ ୯୧୮୫) ବାଇକ୍ ଚୋରି କରିନେବା ଅଭିଯୋଗରେ ୩ ଜଣ ନାବାଳକଙ୍କୁ ଗିରଫ କରି ଜୁଭେନାଇଲ୍ କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ । ସୂଚନାନୁଯାୟୀ ଲାଞ୍ଜିଗଡ଼ ସହରର ସୁମନ୍ତ ଦଳବେହେରାଙ୍କ ହୋଣ୍ଡା ୟୁନିକର୍ନ ବାଇକ୍ ତାଙ୍କ ଘରେ ରଖିଥିବା ବେଳେ ରବିବାର ରାତିରେ ଚୋରି ହୋଇଥିଲା । ଏନେଇ ଗତକାଲି ସକାଳେ ସେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ । ଲାଞ୍ଜିଗଡ଼ ପୁଲିସ ମଧ୍ୟ ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଗୋଟିଏ ବାଇକ୍ ଜବତ କରିବା ସହିତ ତିନିଜଣ ନାବାଳକଙ୍କୁ ଅଟକ ରଖିଥିଲା । ସୁମନ୍ତଙ୍କ ଅଭିଯୋଗ ପାଇବା ପରେ ପୁଲିସ ଜବତ କରିଥିବା ବାଇକ୍ ତାଙ୍କ ଦ୍ବାରା ଚିହ୍ନଟ କରାଯିବା ପରେ ଅଟକ ଥିବା ୩ ନାବାଳକ ଏହି ବାଇକ୍ ଚୋରିରେ ସମ୍ପୃକ୍ତ ଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ଜୁଭେନାଇଲ୍ କୋର୍ଟଚାଲାଣ କରାଯାଇଛି । ଏ ନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ-୪୨/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ଭବାନୀଶଙ୍କର ବାଦୀ ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories