ଶ୍ରେଣୀଗୃହରେ ପାଠ ପଢ଼ାଇଲେ ବିଧାୟକ 

ପାଟଣା: ପାଟଣା ବିଧାୟକ ଜଗନ୍ନାଥ ନାଏକ ଗତକାଲି ସାହାରପଡ଼ା ବ୍ଳକ ଖୁଣ୍ଟାପଡ଼ା ଗ୍ରାମପଞ୍ଚାୟତ ଗୋଜିଟାଙ୍ଗିରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି । ଦଳୀୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଧାୟକ ଶ୍ରୀ ନାଏକ ଗୋଜିଟାଙ୍ଗିରି ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ସେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପାଠ ପଢ଼ାଉଥିବା ଦେଖିବାକୁ ମିଳିଥିଲା । ଚାରାରୋପଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରେଣୀଗୃହରେ ସେ ଛାତ୍ରଛାତ୍ରୀମାନଙ୍କର ସାଧାରଣ ଜ୍ଞାନ ପରଖି ଥିଲେ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଏଥିରେ ବିଫଳ ହୋଇଥିଲେ । ଛାତ୍ରଛାତ୍ରୀଙ୍କର ବ୍ୟାକରଣଗତ ଅଶୁଦ୍ଧିକୁ ଉତ୍ତରଖାତାରେ ବିଧାୟକ ଠିକ୍ କରୁଥିବା ମଧ୍ୟ ଦେଖାଯାଇଥିଲା ।

Comments are closed.