ରାସ୍ତାନିର୍ମାଣକୁ ନେଇ ତାତିଲେ ଶୁଙ୍କୁଳାପଶି ସାହି ବାସିନ୍ଦା
ପାଟଣା: କେନ୍ଦୁଝର ଜିଲ୍ଲା ପଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ପାଟ ଧନୁର୍ଜୟପୁର ଗ୍ରାମର ଶୁଙ୍କୁଳାପଶି ସାହି ଠାରୁ ପାଟ ଧନୁର୍ଜୟପୁର ନାଳ ହୁଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ ତାତିଲେ ଶୁଙ୍କୁଳାପଶି ସାହି ବାସିନ୍ଦା । ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୨୦୨୧ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ହୋଇଥିଲା । ଏପରିକି ସଚିବଙ୍କ ଗସ୍ତ ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ମଧ୍ୟ ଏହି ରାସ୍ତାରେ ମାଟି ପଠାଯାଇଥିଲା । ବର୍ତ୍ତମାନ ଏହି ରାସ୍ତାଟି କାଦୁଆ ପଚପଚ୍ ହେବା ସହ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଯାହା ଫଳରେ ବର୍ଷା ଜଳ ଜମି ରହି ଯାତାୟାତ ଅନୁପଯୋଗୀ ହୋଇପଡିଛି । ଏହି ରାସ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍କୁଲ ପିଲା ଯିବା ଆସିବାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
Comments are closed.