ଦୁଇ ଜଣଙ୍କୁ ଧକ୍କା ଦେଇ ଓଲଟିଲା ୪୦୭, ଜଣେ ମୃତ ଆଉ ଜଣେ ଗୁରୁତର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପୋଇପାଣି ଗ୍ରାମର ବାଲିସାହି ନିକଟରେ ଶନିବାର ବିଳମ୍ୱିତ ସଂଧ୍ୟାରେ ଏକ ୪୦୭ ମିନିଟ୍ରକ ଦୁଇ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ପୋଇପାଣି ଗ୍ରାମର ବାଙ୍କି ନାଏକ (୬୦) ନାମ୍ନୀ ଜଣେ ବୃଦ୍ଧଙ୍କର ଦୁଇଟି ଗୋଡ ଭାଙ୍ଗିଯିବା ସହ ମୁଣ୍ଡ ରେ ଆଘାତ ଲାଗିଥିବା ବେଳେ ଡମ୍ବରୁଧର ନାଏକ (୫୦) ଙ୍କର ଗୋଡ ଭାଙ୍ଗିଛି। ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ଶେଷ ଖବର ସୁଦ୍ଧା ଗୁରୁତର ମହିଳାଙ୍କ କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଅନ୍ୟ ଜଣକ ଚିକିତ୍ସାଧୀନ ଅଛନ୍ତି।

Comments are closed.