mission shakti banner

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

nua o banner
ପାଟଣା: ପାଟଣା ଥାନା ଅନ୍ତର୍ଗତ ରାଇଡ଼ିହା ପଞ୍ଚାୟତ ଘୁଣ୍ଟିବେଡା ଗାଁରେ ଗତକାଲି ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।  ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ ଘୁଣ୍ଟିବେଡ଼ା ଗାଁର ବଳରାମ ପିଙ୍ଗୁଆ(୭୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ସେହି ଗାଁର ରଞ୍ଜନ ମୁଣ୍ଡା ବଜ୍ରପାତରେ ଆହତ ହୋଇଛନ୍ତି । ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ରଞ୍ଜନ ମୁଣ୍ଡାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

Comments are closed.