www.samajalive.in
Friday, December 12, 2025
14.1 C
Bhubaneswar

ସରିବାକୁ ବସିଲାଣି ରାସ୍ତାକାମ; ହେଲେ ନାହିଁ ସୂଚନାଫଳକ

ଗୁଡଭେଲା: ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ଯେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସ୍ୱତନ୍ତ୍ର ଭାବରେ ଅନୁଦାନର ବି ବ୍ୟବସ୍ଥା ରହିଛି । ହେଲେ ଅନେକ ପ୍ରକଳ୍ପରେ ସୂଚନା ଫଳକ ନିର୍ମାଣ ନକରି ଫଳକ ନିର୍ମାଣର ବିଲ ଭାଉଚର କରିବାର ନଜରି ରହିଛି । ଯାହାଦ୍ୱାରା କେଉଁ ଯୋଜନାରୁ ଟଙ୍କା ଆସିଛି, କେତେ ଟଙ୍କାରେ କିଏ କାମ କରିଛି ତାହା ଜାଣିବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । ଗୁଡ଼ଭେଲା ବ୍ଳକ କାର୍ଯ୍ୟଳୟକୁ ଯିବ ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି । କାମ ସଂପୂର୍ଣ୍ଣ ହେବାକୁ ବସିଲାଣି ହେଲେ ସୂଚନା ଫଳକ ରହିନଥିବା ଅଭିଯୋଗ ହେଉଛି । ଯଦି ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ଏହି ପରି ଅନିୟମିତତା ହୋଇପାରୁଛି । ତେବେ ଦୁର୍ଗମ ଅଞ୍ଚଳରେ ସରକାରୀ କାମ କିପରି ହେଉଥିବ ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଷୟରେ ସହକାରୀ ଯନ୍ତ୍ରୀ ଅମିତ କୁମାର ମୁର୍ମୁଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories