ପାଟଣା: ସାହାରପଡା ବ୍ଲକ ଜାମୁଁଦା ଠାରେ କୃଷି ଜଳ ପରିଚାଳନା ଏବଂ ଫସଲ ଯୋଜନା ଉପରେ ଏକ ମହିଳା କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ମହିଳା କୃଷକ ଅଂଶଗ୍ରହଣ କରିଥିଲେ। ୧୬ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା କୃଷକ ମାନଙ୍କୁ ଖରିଫ ରୁତୁରେ କୃଷି ବିବିଧକରଣ ପାଇଁ ପନିପରିବା, ଶସ୍ୟ ଜାତୀୟ ଏବଂ ଡାଲି ଜାତୀୟ ଫସଲ ଉପରେ ଦିଗଦର୍ଶନ ଦିଆଯାଇଛି। ଶ୍ରୀ ପଦ୍ଧତିରେ ଧାନ ଚାଷ ତଥା ବୈଜ୍ଞାନିକ ପଦ୍ଧତି ରେ ମାଛ ଚାଷ ବିଷୟରେ ଚାଷିମାନଙ୍କୁ ପ୍ରଶିକ୍ଷଣଦିଆଯାଇଥିଲା। ସଂସ୍ଥାନ ର ବୈଜ୍ଞାନିକ ଡଃ ପାର୍ଥ ପ୍ରତିମ ଅଧିକାରୀ ମୃତ୍ତିକାର ସମନ୍ନୟ ପୋଷକ ତତ୍ତ୍ଵ ପ୍ରବନ୍ଧନ ବିଷୟରେ ବୁଝାଇଥିଲେ। ବୈଜ୍ଞାନିକ ଡଃ ଦେବବ୍ରତ ସେଠୀ ସୁକ୍ଷ୍ମ ଜଳ ସେଚନ ଏବଂ କମ୍ ଜଳ ଆଧାରିତ ଚାଷ ଉପରେ ଦିଗ୍ଦର୍ଶନ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝର ବୈଜ୍ଞାନିକ ଡଃ ନାରମ ରାମୁ ଖରିଫ ରୁତୁ ପାଇଁ ଫସଲ ପରିଯୋଜନା ଏବଂ ପ୍ରାକୃତିକ କୃଷି ଉପରେ ଅବଗତ କରାଇଥିଲେ। କାର୍ଯ୍ଯକ୍ରମ ପରିଚାଳନା ରେ ଏସ୍ଆରଏଫ୍ ଇଶା ଆନନ୍ଦିତା ସାହୁ ଏବଂ ଫିଲଡ ଅଫିସର ଶିବ ପ୍ରସାଦ ମହାନ୍ତ ସହଯୋଗ କରିଥିଲେ।
Popular Categories



