www.samajalive.in
Saturday, December 6, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ ଶାହା

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ହତ୍ୟା କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ-କାଶ୍ମୀର ସୁରକ୍ଷା ପରିସ୍ଥିତି ନେଇସମୀକ୍ଷା କରିଛନ୍ତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ କାର୍ଯ୍ୟାନୁଷ୍ଠାନରେ ସମନ୍ୱିତ ଉଦ୍ୟମ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ନିରାପତ୍ତା ବାହିନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଜାମ୍ମୁ-କାଶ୍ମୀରରେ ସୀମାପାର ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ କରାଯିବାକୁ ନିଶ୍ଚିତ କରିବା ପାଇଁ ସେ ନିରାପତ୍ତା ବାହିନୀ ଗୁଡ଼ିକୁ କହିଛନ୍ତି। ଯେକୌଣସି ପରିସ୍ଥିତିରେ ମଧ୍ୟ ଆତଙ୍କବାଦକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି।

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଅମରନାଥ ଯାତ୍ରା ପ୍ରସ୍ତୁତିର ମଧ୍ୟ ତଦାରଖ କରିଥିଲେ। ଗତ ମାସରେ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଜାମ୍ମୁ-କାଶ୍ମୀର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories