ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଦୁବେଇପେଣ୍ଠ ଠାରେ ଆଜି ଆମ୍ ଆଦମୀ ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଭବାନୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାହାରପଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଯୋଗଦେଇ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହା ସହ ବୈଠକରେ ଟାଟା ପାୱାର ବିଦ୍ୟୁତ୍ କମ୍ପାନୀ ବିରୋଧରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏଥି ନିମନ୍ତେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ କରାଯିବ ନିମନ୍ତେ ଆଲୋଚନା କରାଯାଇ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇଦେବା ଦାବୀରେ ସମସ୍ତେ ଆମ୍ ଆଦମୀ ପାର୍ଟିର ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।

ଆଗାମୀ ଦିନରେ ଏହି ଦସ୍ତଖତ ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ଆସନ୍ତା ଜୁନ ୧୦ ତାରିଖରେ ଆମ୍ ଆଦମୀ ପାର୍ଟିର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇଦେବା ଦାବୀରେ ଭୁବନେଶ୍ୱର ଚାଲ ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା। ଏହି ବୈଠକକୁ ପୂର୍ଣ୍ଣ ଚନ୍ଦ୍ର ନାଏକ, ଧନୁର୍ଜୟ ମହାନ୍ତ ଓ ଜଗଦୀଶ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.