www.samajalive.in
Saturday, December 6, 2025
26.1 C
Bhubaneswar

ଡିଜେ ପାଇଁ ବିଶୃଙ୍ଖଳା ; ମଣ୍ଡପରୁ ହସ୍ପିଟାଲ ଗଲେ କନ୍ୟା

ପାଟନା : ବିବାହରେ ଘଟୁଥିବା ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସୁଛି। ବିବାହ ଦିନ କନ୍ୟା ଜଣକ ଶାଶୁଘର ପରିବର୍ତ୍ତେ ମଣ୍ଡପରୁ ସିଧାସଳଖ ହସ୍ପିଟାଲ ଯାଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ବିହାରର ନବାଦା ଜିଲାରେ ଜଣେ କନ୍ୟାର ବିବାହ ଆୟୋଜନ କରାଯାଇଥିଲା। ମାତ୍ର କନ୍ୟା ଜଣକ ବିବାହ ମଣ୍ଡପରୁ ତାଙ୍କ ଶାଶୁଘର ପରିବର୍ତ୍ତେ ହସ୍ପିଟାଲରେ ପହଞ୍ଚି ଯାଇଛନ୍ତି। ସୂଚନାନୁଯାୟୀ, ଏହି ଘଟଣା ଡିଜେ ବିବାଦକୁ ନେଇ ଘଟି ଯାଇଛି। ବିବାହରେ ଡିଜେ ବଜାଇବାକୁ ନେଇ ବିବାଦରେ କନ୍ୟା ସମେତ ଚାରି ଜଣଙ୍କୁ ପିଟି ପିଟି ଆହତ କରିଛନ୍ତି। ଏହାପରେ ସଭିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କନ୍ୟା ପରିବାରଙ୍କ ଅଭିଯୋଗ କ୍ରମେ ତିନି ଜଣଙ୍କୁ ହାଜତରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ଅନ୍ୟ ଅଭିଯୁକ୍ତକୁ ଖୋଜା ଯାଉଛି।
ନବାଦା ଜିଲାର ସିରଦଲା ଥାନା ଅନ୍ତର୍ଗତ ପଞ୍ଚମ୍ବା ଗାଁରେ ରବିବାର ଜଣେ କନ୍ୟାର ବିବାହର ଆୟୋଜନ କରାଯାଇଥିଲା। ଘରେ ବିବାହର ସମସ୍ତ ରୀତିନୀତି କରାଯାଉଥିଲା। କିଛି ସମୟ ମଧ୍ୟରେ ବରଯାତ୍ରୀ ପହଞ୍ଚିବାର ଥିଲା। ସେହି ସମୟରେ କିଛି ଲୋକେ ଡିଜେକୁ ଏକ ଟ୍ରଲିରେ ଲଦି କନ୍ୟାର ଘର ସମ୍ମୁଖରେ ବଜାଇବାକୁ ଲାଗିଲେ। ଏହାପରେ ସେମାନେ ୧୦ ହଜାର ଟଙ୍କାର ଦାବି କରିଥିଲେ। ସେହି ସମୟରେ ପଇସା ଦେବାକୁ ଉଭୟ ପକ୍ଷ ମନା କରିବାରୁ କଳହ ଆରମ୍ଭ ହୋଇଥିଲା। ଧିରେ ଧିରେ ଝଗଡା ଅଧିକ ହେବାରୁ କନ୍ୟା ପକ୍ଷ ପରିବାର ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ କନ୍ୟା ପରିବାର ଉପରେ ଆକ୍ରମଣ କରିଥିଲେ। ଏହାପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ମାମଲାକୁ ଶାନ୍ତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

 

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories