www.samajalive.in
Saturday, December 6, 2025
16.1 C
Bhubaneswar

ବୁର୍ଲା ଜ୍ୟୋତିବିହାରରେ ନାଟ୍ୟ ଉତ୍ସବ-୨୦୨୨

ବୁର୍ଲା : ବୁର୍ଲା ଜ୍ୟୋତିବିହାରସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁର ଏବଂ ସ୍କୁଲ ଅଫ୍ ପାରଫର୍ମିଙ୍ଗ ଆର୍ଟସ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ନାଟ୍ୟ ଉତ୍ସବ-୨୦୨୨ ଉଦଘାଟିତ ହୋଇଯାଇଛି। ଗାନ୍ଧିଜୀଙ୍କ ଚିନ୍ତାଧାରା ତଥା ଅହିଂସା ଏବଂ ବର୍ତ୍ତମାନର ଯୁବପିଢ଼ିଙ୍କ ବିଚାର ଉପରେ ଆଧାରିତ ବୈଷ୍ଣବ ଜନ ତୋ ମଞ୍ଚସ୍ଥ ହୋଇଥିଲା।
ସମ୍ବଲପୁରୀ ଭାଷାରେ ଆଧାରିତ ନାଟକ ଏବଂ କଳାକାର ମାନଙ୍କ ନିଖୁଣ ଅଭିନୟ ବେଶ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମୁଖ୍ୟଅତିଥି ଭାବରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଯୋଗଦାନ ପୁର୍ବକ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ କୁଳସଚିବ ଡ ନୃପରାଜ ସାହୁ ଏବଂ ସ୍ୱତନ୍ତ୍ର ଅତିଥି ଭାବରେ ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷ ପ୍ରଫେସର ସଞ୍ଜତ କୁମାର ସାହୁ ଉପସ୍ତିତ ରହିଥିଲେ। ଏହି ବୈଷ୍ଣବ ଜନ ତେ ନାଟକ ଆତିଶ କୁମାର ଶତପଥି ଏହାକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି। ଏହି ନାଟକରେ ଜଣେ ଅବସରପ୍ରାପ୍ତ ଶିକ୍ଷକ କିଭଳି ଭାବରେ ଗାନ୍ଧିଜୀଙ୍କ ପ୍ରତ୍ୟେକ ନିତି ଆଜିର ସମାଜରେ ଅର୍ଥ ଏବଂ ଗୁରୁତ୍ୱ ବହନ କରେ ଏହା ଉପରେ ନିଜର ନାତିକୁ ଅବଗତ କରାଇ ଚାଲିଥିବା ଦେଖିବାକୁ ମିଳିଥିଲା। ମଣିଷ ସାମାଜିକ ପ୍ରାଣୀ ଏବଂ ସମାଜରେ ସେମାନଙ୍କର ନିଜ ଗୋଷ୍ଠୀ ମଧ୍ୟରେ ଗ୍ରହଣୀୟତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ। ଆମେ ପ୍ରାୟତଃ ହିଂସ୍ର ଲୋକଙ୍କ ଠାରୁ ସମ୍ପର୍କ ରକ୍ଷା ଏବଂ ନିଜକୁ ଦୁରେଇ ରଖିବାକୁ ପସନ୍ଦ କରିବା ଏବଂ ଶାନ୍ତ ସ୍ୱଭାବର ଲୋକଙ୍କ ସହିତ ସମ୍ପର୍କ ଗଢ଼ିବାକୁ ଚାହାନ୍ତି। ଏହି ନାଟକ ଗାନ୍ଧିଜୀଙ୍କ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ମୁଖ୍ୟତଃ ବର୍ତ୍ତମାନର ଯୁବପିଢ଼ି କିପରି ଭାବରେ ହିଂସା ଉପରେ ତାଙ୍କ ବିଶ୍ୱାସ ରହିଥିବା ଏବଂ ଅହିଂସାର ବାଟକୁ ସେମାନ ଗ୍ରହଣ କରିବା ପାଇଁ ଆଦୌ ରୁଚି ଦେଖାଉ ନ ଥିବା ବେଳେ ଜଣେ ବରିଷ୍ଠ ଅଜା ଯିଏକି ଜଣେ ଅବସରପ୍ରାପ୍ତ ଶିକ୍ଷକ ନିଜର ନାତିକୁ କିପରି ଅବାଟରୁ ନେଇ ଆସିବା ପାଇଁ ଚେଷ୍ଟିତ ହେଉଥିବା ଏପରିକି ଅନଶନ କରିବା ଉପରେ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଥିଲା। ଏପରିକି ନାତି ଏବଂ ଅଜା ମଧ୍ୟରେ ଏହି କଥାକୁ ନେଇ କଥା କଟାକଟି ହେବା ମଧ୍ୟ ଦେଖିବାକୁ ମିଳିଥିଲା। ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତ କିପରି ଜରୁରୀ ଅଟେ ବର୍ତ୍ତମାନର ଯୁବପିଢ଼ୀ ପାଇଁ ଏହା ଅଦୃଶ୍ୟ ନାଟ୍ୟ ଆଶ୍ରମ ଏବଂ ସ୍କୁଲ ଅଫ୍ ପାରଫର୍ମିଙ୍ଗ ଆର୍ଟସ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏହି ନାଟକ ଉତ୍ସବକୁ ମିଳିତ ଭାବରେ ପରିଚାଳନା କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories