www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସହାୟତା କଲା ଭରସା ପରିବାର 

ପାଟଣା : ଗତ ଅପ୍ରେଲ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକର ବୋଦାପଳସା ଗ୍ରାମର ଦୟାନିଧି ପାତ୍ର ରାତ୍ରି ସମୟରେ ପାଖ ଗାଁ ରୁ ପାଲା ଦେଖି ଫେରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଥିଲେ । ଦିନ ମଜୁରିଆଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ ମୃତ ଦୟାନିଧି ପାତ୍ର। ଖବର ପାଇ ଭରସା ପରିବାରର ସକ୍ରିୟ ସଦସ୍ୟ ସୁଧାଂଶୁ ଶେଖର ସେଠୀ ତାଙ୍କ ଘରକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ସମୟରେ ମୃତକଙ୍କ ପତ୍ନୀ ଲାଲି ପାତ୍ର ଶୁଦ୍ଧିକ୍ରିୟା କରିବା ପାଇଁ ଅସମର୍ଥ ପ୍ରକାଶ କରିବା ସହିତ ସହଯୋଗ ଲୋଡିଥିଲେ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ, ଯୋଜନା ପ୍ରମୁଖ ଶିବଶଙ୍କର ମିଶ୍ର, ରାଜ୍ୟ ସମ୍ପାଦକ ବୃଷଭ ମହାନ୍ତ, ମମତାମୟୀ ପାତ୍ର ଜିଲ୍ଲା ଗଣ ମାଧ୍ୟମ ପ୍ରମୁଖ ବିଜୟ କୁମାର ମହାନ୍ତ ତାଙ୍କ ଘରକୁ ଯାଇ ସକ୍ଷମ ମୁତାବକ ଶୁଦ୍ଧିକ୍ରିୟା ପାଇଁ ରାଶନ ସାମଗ୍ରୀ, ପନିପରିବା,ଆର୍ଥିକ ସହାୟତା ଓ ତାଙ୍କ ବିଧବା ପତ୍ନୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ମଧ୍ୟରେ କୌଶିକ ଜେନା, ସୁବ୍ରତ ଦାସ ଓ ଲକ୍ଷ୍ମଣ ଲୋହାର ଉପସ୍ଥିତ ରହି ଭରସା ପରିବାରକୁ ପ୍ରଶଂସା କରିବା ସହିତ ପରିବାର ଜଡିତ ରହି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories