www.samajalive.in
Tuesday, December 9, 2025
15.1 C
Bhubaneswar

ପାଟଣାରେ ୨୦ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

ପାଟଣା: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପାଟଣା ବ୍ଲକର ୨୦ଟି ଯାକ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ନିଜନିଜ ପଞ୍ଚାୟତର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ଅଞ୍ଚଳର ଜନତାଙ୍କ ସହ ସମିତି ସଭ୍ୟା, ୱାର୍ଡ ସଦସ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକ, ସୟଂ ସହାୟିକା ଗୋଷ୍ଠୀ, ସଂଗଠନ ପ୍ରତିନିଧି ମାନଙ୍କ ସହ ପଞ୍ଚାୟତରେ ବ୍ଲକରୁ ଜଣେ ଲେଖାଏଁ ନୋଡାଲ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତର ଉନ୍ନୟନର ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ବଡ଼ପାଟଣା ପଞ୍ଚାୟତରେ ସରପଞ୍ଚ ବିନତି ବାନରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ପଞ୍ଚାୟତ ନିର୍ବାହି ଅଧିକାରୀ ଅଶୋକ କୁମାର ମହାପାତ୍ର, ଗ୍ରାମରୋଜଗାର ସେବକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଓ ବ୍ଲକ ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଲାଖାଇ ମୁର୍ମୁ ଉପସ୍ଥିତିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସେହିପରି ପଲାଣଘାଟି ପଞ୍ଚାୟତରେ ସରପଞ୍ଚ ରାଉତ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମସଭା ରେ ସମିତିସଭ୍ୟ ବିଶ୍ୱନାଥ ନାୟକ, ଟିଏଚପି ସଂଯୋଜକ ମିତ୍ରଭାନୁ ମହାନ୍ତ, ଗ୍ରାମରୋଜଗାର ସେବକ ପଲ୍ଲବୀ ମହାନ୍ତ,ପୂର୍ବତନ ନାଏବ ସରପଞ୍ଚ ରବିନନ୍ଦନ ମହାନ୍ତ ପ୍ରମୁଖ ଗ୍ରାମସଭା ରେ ସାମିଲ ଥିଲେ।

ସେହିପରି ମିରିଗିଖୋଜି ପଞ୍ଚାୟତ ରେ ସରପଞ୍ଚ ମନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅଜୟ ବେହେରା, ବୁଢ଼ିକାପୁଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମିହିର ଟୁଡୁ, ଚେମେଣା ରେ ବିପିଏମ ମନୋରଞ୍ଜନ ମହାପାତ୍ର,ଚାକୁଣ୍ଡାପାଳରେ ଯୋଗାଣ ଅଧିକାରି ବିଦ୍ୟୁତ ଲତା ନାୟକ, ଡୁମୁରିଆରେ କନିଷ୍ଠ ଯନ୍ତ୍ରୀ ମନୋଜ ପଣ୍ଡା, ଏରେଣ୍ଡେଇରେ ଏଏଫଓ ଜଗଦୀଶ ବାରିକ, ଜମୁନାପଶିରେ ସସ୍ମିତା ନାଏକ, କଣ୍ଟିଆପଡାରେ କନିଷ୍ଠ ଯନ୍ତ୍ରୀ ମୋନାଲିସା ଚକ୍ର, କେନ୍ଦେଇପଶିରେ ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ଖିରେଇଟାଙ୍ଗରିରେ ପିଏ ନିତ୍ୟାନନ୍ଦ ଦାସ, ମୁରୁସୁଆଁରେ ବିଆରସି ଜମାଲୁଉଦିନ ଖାନ, ମୂଷାଖୋରୀରେ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର, ରାଜନଗରରେ ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ, ସରାସକଲାରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ଟାଙ୍ଗରପଡା ପଞ୍ଚାୟତରେ ବିପିଏ ଲୋକନାଥ ମହାନ୍ତ ଓ ତୁରୁମୁଙ୍ଗା ପଞ୍ଚାୟତରେ ଟିସି ସବିତା ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ପରିଚାଳନା କରିଥିବା ସୂଚନା ମିଳିଛି । ସମସ୍ତ ଗ୍ରାମସଭାରେ ଅଂଶଗ୍ରହଣ କାରି ମାନେ ସରକାରୀ ନିର୍ଧାରିତ ୯ ଟି ପ୍ରସଙ୍ଗ ପାଠ କରିବା ସହ ଏହାକୁ ମାନିବା ପାଇଁ ଶପଥ ପାଠ କରିଥିଲେ । ତେବେ ଜାତୀୟ ପଞ୍ଚାୟତିରାଜ ଦିବସରେ ବ୍ଲକ ପଞ୍ଚାୟତ ଅଧିକାରିଣୀ ରଶ୍ମିରେଖା ମହାନ୍ତି ତାଙ୍କ ନିର୍ଧାରିତ ପଞ୍ଚାୟତ ରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories